Masthead

ଶିମିଳିପାଳରେ କେନ୍ଦ୍ରୀୟ ଟିମ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ଶିମିଳିପାଳରେ ପହଂଚିଛି କେନ୍ଦ୍ରୀୟ ଟିମ । ଗୁରୁବାର ନିଆଁ ଲାଗିବା କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଲ ନିଆଁର ସ୍ଥିତି ପରଖିଛନ୍ତି । କାଲି ଶିମିଳିପାଳର କିଛି ଅଂଚଳ ବୁଲି ଦେଖିଥିବା ବେଳେ ଆଜି କୋର ଏରିଆ ପରିଦର୍ଶନ କରିବେ । ନୂଆ ଦିଲ୍ଲୀରୁ ଏନଟିସିଏ ଆଇଜି ଅମିତ ମଲ୍ଲିକ ପହଂଚିବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ରଙ୍କ ସହ ଅପରାହ୍ନରେ ଶିମିଳିପାଳରେ ପହଂଚିଥିଲେ । ଏହାପରେ କରଞ୍ଜୀଆ, ଠାକୁରମୁଣ୍ଡା, ଅପର ବାରହାକାମୁଡା ବନାଂଚଳ ବୁଲି ଦେଖିଛନ୍ତି । ଏବେବି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଛି । ଡୁକୁରା, ଭଞ୍ଜବସା, ପୋଡିଡିହାରେ ଏବେ ଜଙ୍ଗଲ ଜଳୁଥିବା କୁହାଯାଉଛି ।

ଅପର ପକ୍ଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଗୁରୁବାର ରାତିରେ ଶିମିଳିପାଳରେ ପହଞ୍ଚି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଜି ସେ କୋର ଏରିଆ ସମେତ ଏକାଧିକ ବନାଗ୍ନି ପ୍ରଭାବିତ ସ୍ଥାନ ପରିଦର୍ଶନ କରିବେ । କିଛି ଦିନ ତଳେ ଯେଉଁ ନିଆଁ ଲାଗିଥିଲା, ତାହା କେବଳ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲାଗିଥିଲା । ତେବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିମିଳିପାଳରେ ଆଉ ନିଆଁ ନଥିବା କହିଥିଲେ ମଧ୍ୟ ଏବେ ବି କିଛି ସ୍ଥାନରେ ନିଆଁ ଜଳୁଥିବା ଦାବି କରିଛନ୍ତି ପରିବେଶବିତ୍ ସେହିପରି କୋର ଏରିଆକୁ ନିଆଁ ଆଦୌ ଯାଇନଥିବା ତଥ୍ୟ ସତ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ