Masthead

ଆମକୁ ନବୀନ ନୁହେଁ, ବାଘେଲ ଦରକାର

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଆମେ ଓଡିଶା ନୁହେଁ ଛତିଶଗଡ଼ରେ ମିଶିବୁ। ନବୀନ ନୁହେଁ ଆମକୁ ବାଘେଲ ଦରକାର। ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତର ଦୁଇ ଦିନ ପରେ ନିଜର ମୌଳିକ ଅଧିକାର ମିଳୁନଥିବା କହି ଏପରି କହିଛନ୍ତି ସୁନାବେଡା ଓ ସୋସେଙ୍ଗ ପଂଚୟତର ଲୋକମାନେ। ନୂଆପଡ଼ାର ସୁନାବେଡା ଅଭୟାରଣ୍ୟ ୬୦୦ ବର୍ଗ କିଲୋମିଟର ଆୟତନ ତଥା ସମୁଦ୍ର ପତ୍ତନ ଠାରୁ ୩୨୦୦ ଫୁଟ ଉପରେ ଅବସ୍ଥିତ।

ଏହି ଉପାନ୍ତ ତଥା ସୀମାନ୍ତ ପଞ୍ଚାୟତ ସୁନାବେଡା ଓ ସୋସେଙ୍ଗରେ ଚକୋଟିଆ, ଭୁଞ୍ଜିଆ ସହିତ ଅନେକ ଜନଜାତିର ଲୋକେ ବସବାସ କରନ୍ତି। ସୁନାବେଡା ପଂଚୟତ ସହିତ ଲାଗି ରହିଛି ଛତିଶଗଡ଼ ସୀମା।ସ୍ୱାଧୀନତାର ଅନେକ ବର୍ଷ ପରେବି ଏଠିକାର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ମୈଳିକ ସୁବିଧା ପାଇଁ ଏବେବି ସଙ୍ଘର୍ଷ କରୁଛନ୍ତି ଲୋକେ ।

ସୁନାବେଡ଼ାରେ ହୋଇଥିବା ମେଳିରେ ସରକାର ଏହି ଅଞ୍ଚଳର ବନବାସୀଙ୍କୁ ଅଣଦେଖା କରୁଥିବା କହି ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଭୟାରଣ୍ୟବାସୀ। ବିଜୁ ବାବୁଙ୍କ ସାନପିଲା ନୂଆପଡା ଆଜି ଯୁବକ ହୋଇଥାଇପାରେ ମାତ୍ର ଏହାର ଏକ ଡାହାଣ ଅଙ୍ଗ ସୁନାବେଡା ମୃତ ପ୍ରାୟ ବୋଲି କହିଛନ୍ତି ଏଠିକାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ