Masthead

ବର୍ଷାଙ୍କ ସହଯୋଗ: ଜଗନ୍ନାଥଙ୍କ ଜଣାଣ ରେକର୍ଡ କଲେ ସାଲେପୁରର ସାଲବେଗ

କଟକ (ବଡ଼ ଖବର ବ୍ୟୁରୋ): ଦୃଷ୍ଟିବାଧିତ କଳାକାର ଅବ୍‌ଦୁଲ୍‌ ସମଦ୍‌ ନିଜାମୀ । ଶ୍ରୀଜଗନ୍ନାଥଙ୍କ ଭଜନ ଗାଇ ହୋଇଥିଲେ ବେଶ ଚର୍ଚ୍ଚିତ । କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ଦୃଷ୍ଟିବାଧିତ କଳାକାର ଅବ୍‌ଦୁଲ୍‌ ସମଦ୍‌ ନିଜାମୀଙ୍କ କଣ୍ଠରେ ଜଗନ୍ନାଥ ଭଜନ ରେକର୍ଡିଂ ହୋଇଛି କଟକ ସିଡିଏ ସେକ୍ଟର-୯ ସ୍ଥିତ ପ୍ରତିଭା ଷ୍ଟୁଡିଓରେ। ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ହୋଇଛି ଏହାର ରେକର୍ଡ଼ିଂ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ରେକର୍ଡିଂ ହୋଇଛି । ରେକର୍ଡିଂ ପାଇଁ ବର୍ଷା ଏକ ଗାଡ଼ି ପଠାଇ ତାଙ୍କୁ ଷ୍ଟୁଡିଓ ଆଣିଥିଲେ।

୧୯୭୪ରେ ଦୃଷ୍ଟିହୀନ କଳାକାର ଅବ୍‌ଦୁଲ୍‌ ସମଦ୍‌ ନିଜାମୀ କଟକ କଳାବିକାଶ କେନ୍ଦ୍ରରେ ତବଲା ବାଦନ ଶିଖିବାକୁ ଯାଇଥିଲେ। ସେଠାରେ ଭଜନ ସମ୍ରାଟ ସ୍ୱର୍ଗତ ଭିକାରୀ ବଳଙ୍କ ସଂସ୍ପର୍ଶରେ ଆସି ସେ ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ଗାଇବା ଆରମ୍ଭ କରିଥିଲେ। ଦୀର୍ଘ ୪୩ ବର୍ଷ ଧରି ସେ ଭଜନ ଓ ଜଣାଣ ଗାଇ ଆସୁଛନ୍ତି । ଓଡ଼ିଆ ଫିଲ୍ମ ତାରକା ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ସାକ୍ଷାତ କରି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥ ବର୍ଷା ନିଜ ପ୍ରତିଶ୍ରୁତି ରକ୍ଷା କରି ଅବଦୁଲଙ୍କ କଣ୍ଠରେ ଭଜନ ରେକର୍ଡିଂର ବ୍ୟବସ୍ଥା କରିଥିଲେ। ଏହି ରେକର୍ଡ଼ିଂ ପାଇଁ ସେ ପ୍ରେମାନନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି “ମୁଁ ଆଶା କରୁଛି ଆପଣ ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦରୁ ସାମ ସାର ଭବିଷ୍ୟତରେ ଅଧିକ ସଫଳତା ହାସଲ କରିପାରିବେ । ଏହି ଦେଶରେ ପରିଚୟ ପାଇବା ପାଇଁ ଅପେକ୍ଷାରତ ଅଛନ୍ତି ଅନେକ ସାମ ସାର । ପ୍ରତିଭାକୁ ପ୍ରୋତ୍ସାହନ ଓ ସମର୍ଥନ ଜାରି ରଖିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼