ଲିଙ୍ଗରାଜ ମନ୍ଦିରରେ ଆତଙ୍କୀ ଆକ୍ରମଣ, କେମିତି ମୁକାବିଲା କଲେ ଏନଏସଜି ଟିମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷା ଯାଞ୍ଚ କରିବ ଏନଏସଜି ଟିମ । ମଙ୍ଗଳବାର ଲିଙ୍ଗରାଜ ମନ୍ଦିର ଓ ବୁଧବାର କୋଣାର୍କରେ ହେବ ସୁରକ୍ଷା ଯାଞ୍ଚ । ମାର୍ଚ୍ଚ ୧୮ରେ ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରିବ ଜାତୀୟ ସୁରକ୍ଷା ସଂସ୍ଥା ଏନଏସଜି । ୪ ଦିନିଆ ଗସ୍ତ ଅବସରରେ ପୋଲିସ ସହ ମଧ୍ୟ ଟିମର ମକଡ୍ରିଲ କାଯ୍ୟକ୍ରମ ରହିଛିା ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚାନକ ଆତଙ୍କୀ ଆକ୍ରମଣ ହେଲେ ମନ୍ଦିରକୁ କେମିତି ରକ୍ଷା କରାଯିବ ? ଫସିଥିବା ଭକ୍ତଙ୍କୁ କେମିତି ଉଦ୍ଧାର କରାଯିବ ? ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମକଡ୍ରିଲ କରିବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ।

ଏନଏସଜିର ଏକ ୫ ଜଣିଆ ଟିମ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଟିମର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ମକଡ୍ରିଲ କରିବା ନେଇ ସୂଚନା ରହିଛି । ଅଭ୍ୟାସ ବେଳେ କମିଶନରେଟ ପୋଲିସର ପୂର୍ଣ୍ଣ ସହଯୋଗ ରହିବ । ପୁଲିସର ସ୍ୱତନ୍ତ୍ର ଟିମ୍ ଅଭ୍ୟାସରେ ସାମିଲ ହେବ । ଏଥିରେ ବଛା ବଛା ଅଫିସର ରହିବେ । ଶ୍ରୀଲିଙ୍ଗରାଜ ଥାନାର ଅଧିକାରୀମାନେ ମଧ୍ୟ ଅଭ୍ୟାସ କରିବେ । ରାଜ୍ୟ ପୁଲିସ ମୁଖ୍ୟାଳୟ ଆଇଜି ଅମିତାଭ ଠାକୁର ନୋଡାଲ୍ ଅଧିକାରୀ ଭାବରେ ଏନଏସଜିର ଏହି ମକଡ୍ରିଲ ତଦାରଖ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!