Masthead

ଲିଙ୍ଗରାଜ ମନ୍ଦିରରେ ଆତଙ୍କୀ ଆକ୍ରମଣ, କେମିତି ମୁକାବିଲା କଲେ ଏନଏସଜି ଟିମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷା ଯାଞ୍ଚ କରିବ ଏନଏସଜି ଟିମ । ମଙ୍ଗଳବାର ଲିଙ୍ଗରାଜ ମନ୍ଦିର ଓ ବୁଧବାର କୋଣାର୍କରେ ହେବ ସୁରକ୍ଷା ଯାଞ୍ଚ । ମାର୍ଚ୍ଚ ୧୮ରେ ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରିବ ଜାତୀୟ ସୁରକ୍ଷା ସଂସ୍ଥା ଏନଏସଜି । ୪ ଦିନିଆ ଗସ୍ତ ଅବସରରେ ପୋଲିସ ସହ ମଧ୍ୟ ଟିମର ମକଡ୍ରିଲ କାଯ୍ୟକ୍ରମ ରହିଛିା ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚାନକ ଆତଙ୍କୀ ଆକ୍ରମଣ ହେଲେ ମନ୍ଦିରକୁ କେମିତି ରକ୍ଷା କରାଯିବ ? ଫସିଥିବା ଭକ୍ତଙ୍କୁ କେମିତି ଉଦ୍ଧାର କରାଯିବ ? ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମକଡ୍ରିଲ କରିବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ।

ଏନଏସଜିର ଏକ ୫ ଜଣିଆ ଟିମ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଟିମର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ମକଡ୍ରିଲ କରିବା ନେଇ ସୂଚନା ରହିଛି । ଅଭ୍ୟାସ ବେଳେ କମିଶନରେଟ ପୋଲିସର ପୂର୍ଣ୍ଣ ସହଯୋଗ ରହିବ । ପୁଲିସର ସ୍ୱତନ୍ତ୍ର ଟିମ୍ ଅଭ୍ୟାସରେ ସାମିଲ ହେବ । ଏଥିରେ ବଛା ବଛା ଅଫିସର ରହିବେ । ଶ୍ରୀଲିଙ୍ଗରାଜ ଥାନାର ଅଧିକାରୀମାନେ ମଧ୍ୟ ଅଭ୍ୟାସ କରିବେ । ରାଜ୍ୟ ପୁଲିସ ମୁଖ୍ୟାଳୟ ଆଇଜି ଅମିତାଭ ଠାକୁର ନୋଡାଲ୍ ଅଧିକାରୀ ଭାବରେ ଏନଏସଜିର ଏହି ମକଡ୍ରିଲ ତଦାରଖ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି