Masthead

ବନ୍ଧା ହେଲେ ରସିକିଆ ହାବିଲଦାର

ଭଦ୍ରକ (ବଡ଼ ଖବର ବ୍ୟୁରୋ): ନ୍ୟାୟ ଦେବା ବଦଳରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ପ୍ରେମ ନିବେଦନ କରି ଶେଷରେ ବନ୍ଧା ହେଲେ ରସିକିଆ ହାବିଲଦାର । ଭଣ୍ଡାରିପୋଖରୀ ଥାନାରେ କର୍ତ୍ତବ୍ୟରତ ଜଣେ ହାବିଲଦାର ସ୍ଥାନୀୟ ଅଞ୍ଚଳର ଏକ କେସରେ ଗିରଫ ହୋଇଥିବା ଜଣେ ଆସାମୀର ସ୍ତ୍ରୀକୁୂ ପ୍ରେମ ନିବେଦନ କରି ସେ ଏହି ଫଳ ପାଇଛନ୍ତି । ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ, ସମ୍ପୃକ୍ତ ହାବିଲଦାରଙ୍କ ନାମରେ ମାମଲା ରୁଜୁ କରଥିଲା ପୋଲିସ । ହାବିଲଦାରଙ୍କୁ ଥାନା ରେ ଅଟକ ରଖି ଅଧିକ ତଦନ୍ତ କରିଥିଲା । ଶେଷରେ କୋର୍ଟ ଚାଳାନ କରିଛି ଭଣ୍ଡାରିପୋଖରୀ ପୋଲିସ ।

ମହିଳା ଜଣଙ୍କ ଜମିବାଡ଼ି ବିବାଦ ନେଇ ଭଣ୍ଡାରିପୋଖରୀ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ କ୍ଷୀରୋଦଙ୍କ ନାମ ରେ ୱାରେଣ୍ଟ ଆସିଥିଲା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ କ୍ଷୀରୋଦକୁ ୧୩ ତାରିଖ ରାତିରେ ଗିରଫ କରିଥିଲା। ସେହିଦିନ କୋର୍ଟ ଚାଲାଣ ମଧ୍ୟ ହୋଇଥିଲା । ହାବିଲଦାର ହରମୋହନ ନାୟକ ତାଙ୍କୁ କୋର୍ଟକୁ ନେଇଥିଲେ । ସେହି ସମୟରେ କ୍ଷୀରୋଦ ତାଙ୍କ ସ୍ତ୍ରୀ ଙ୍କ ସହ କଥା ହେବା ପାଇଁ ହାବିଲଦାରଙ୍କୁ ମୋବାଇଲ ମାଗିଥିଲେ। ହାବିଲଦାରଙ୍କ ମୋବାଇଲ ରୁ ସେ ତାଙ୍କ ସ୍ତ୍ରୀ ସହ କଥା ହୋଇଥିଲେ। ସେ ଜେଲ ଯିବା ପରେ ହରମୋହନ ନାୟକ କ୍ଷୀରୋଦଙ୍କ ସ୍ତ୍ରୀଙ୍କୁ ସେହି ନମ୍ବରରେ ବାରମ୍ବାର ଫୋନ କରିଥିଲେ ।

ପରେ କ୍ଷୀରୋଦଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଘରେ ଥିବା ବେଳେ ତାଙ୍କ ସହ ଅସଦାଚରଣ କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅସଦାଚରଣ ଉଦ୍ୟମ କରିବା ସମୟରେ ମହିଳା ଜଣକ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଲୋକେ ଆସି ହରମୋହନଙ୍କୁ ଅଟକ ରଖିଥିଲେ ଓ ଭଣ୍ଡାରିପୋଖରୀ ପୋଲିସ କୁ ହସ୍ତାନ୍ତର କରିଥିଲେ । ଶେଷରେ ହାବିଲଦାରଙ୍କୁ କୋର୍ଟ ଚାଳାନ କରିଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼