Masthead

ନବୀନଙ୍କ ମିଶନ ମହିଳାର ଲାଭ ପାଇବେ ପ୍ରତିଭା, ରୁଦ୍ର ବାଧାଦେଲେ ଏଣ୍ଟ୍ରି ମାରିବେ ପଲ୍ଲବୀ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ବିଗୁଲ ବାଜିବା ପରେ ଏବେ କଷା ଚାଲିଛି ଟିକଟ ଅଙ୍କ । କେଉଁ ଦଳରୁ କିଏ ଲଢିବେ? ବିଜେପି ପାଇଁ ଆଶ୍ରିତଙ୍କ ନାଁ ଏକ ପ୍ରକାର ଫାଇନାଲ ଥିବା ବେଳେ ସୁବୁଠୁ ବେଶୀ ଦ୍ୱନ୍ଦ୍ୱରେ ବିଜେଡିରେ । ଦଳର କର୍ମୀ ପ୍ରତିଭା ମହାରଥୀଙ୍କ ପାଇଁ ଲବି ଜାରି ରଖିଛନ୍ତି । ଏପଟେ ପୁଅ ରୁଦ୍ର ବି ଅଛନ୍ତି ରେସରେ ।

 ଏପ୍ରିଲ ୧୭ରେ ପିପିଲି ଦେଖିବ ନିଜ ଇତିହାସର ପ୍ରଥମ ଉପନିର୍ବାଚନ । ତାରିଖ ଘୋଷଣା ସରିଲା, ଗାଇଡଲାଇନ ବି ଲାଗୁ ହେଲା । ଏବେ ପ୍ରଶ୍ନ ଏଥର କେଉଁ ଦଳରୁ ମିଳିବ କାହାକୁ ଟିକେଟ । ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି, ବିଜୁ ଜନତା ଦଳ । ବିଜେଡିର ଗଡ଼ ପିପିଲି । ଲଗାତାର ଜିତି ଆସୁଥିଲେ ପ୍ରଦୀପ ମହାରଥୀ । ତାଙ୍କ ଦେହାନ୍ତ ପରେ ତାଙ୍କରି ଦଳରୁ କାହାକୁ ଟିକଟ ମିଳିବ ବୋଲି କୁହାଯାଉଛି ।

ବଡ଼ କଥା ହେଉଛି, ଟିକଟ ଅଙ୍କ ପରିବାର ଭିତରେ ହିଁ ଏଯାଏଁ ଛିଡ଼ି ପାରୁନି । ଦଳର ଅନେକ କର୍ମୀଙ୍କ ପ୍ରଥମ ପସନ୍ଦ ପ୍ରଦୀପଙ୍କ ପତ୍ନୀ ପ୍ରତିଭା ମହାରଥୀ । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବାରୁ ପ୍ରତିଭାଙ୍କ ଚାନ୍ସ ବେଶୀ । ସେପଟେ ପୁଅ ରୁଦ୍ର ମହାରଥୀ ବି ଅଛନ୍ତି ଲବିରେ । ଏଭଳି ସ୍ଥିତିରେ ଝିଅ ପଲ୍ଲବୀଙ୍କ ଏଣ୍ଟ୍ରି ହୋଇପାରେ ବୋଲି ଚର୍ଚ୍ଚା ହେଲାଣି । ପ୍ରଦୀପଙ୍କ ଭାଇ ପ୍ରଣୟ ମହାରଥୀ କିନ୍ତୁ ପୁତୁରା ରୁଦ୍ର ସପକ୍ଷରେ ମତ ବାଢିଛନ୍ତି। ୨୦୧୯ରେ ବିଜେଡି ସହ ହୋଇଥିଲା ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ କଡ଼ା ଟକ୍କର ।

ଏଥର ବି ଆଶ୍ରିତଙ୍କୁ ରିପିଟ କରିପାରେ ବିଜେପି। ପ୍ରଦୀପଙ୍କ ଦେହାନ୍ତର ସିମ୍ପାଥି ସତ୍ତ୍ୱେ ଆଶ୍ରିତଙ୍କ ପାଇଁ ପିପିଲିରେ ହାୱା ରହିଛି । ତେବେ କଂଗ୍ରେସ ଲାଗି ପ୍ରାର୍ଥୀ ପାଇବା ଏବେ ବଡ଼ ଚ୍ୟାଲେଞ୍ଜ । ଗତଥର ଶେଷ ମୁହୂର୍ତ୍ତରେ ଯୁଧିଷ୍ଠିର ସାମନ୍ତରାୟ ଟିକଟ ଫେରାଇ ଦେବାରୁ ଅଜିତ ମଙ୍ଗରାଜଙ୍କୁ ଟିକଟ ମିଳିଥିଲା । ସେ ୧୦ ହଜାରରୁ କମ୍ ଭୋଟ୍ ପାଇ ଅମାନତ ହରାଇଥିଲେ । ଏଥର ଦଳ କାହାକୁ ଟିକଟ ଦେବ ତାହା ସ୍ପଷ୍ଟ ହୋଇନି। ପୂର୍ବରୁ ପିପିଲି ଏନଏସିରେ କଂଗ୍ରେସ ଜିତିଥିଲେ ବି ସାଧାରଣ ନିର୍ବାଚନରେ ତାହାର ଲାଭ ନେଇ ପାରି ନ ଥିଲା । ଅନ୍ୟପକ୍ଷରେ, ସରପଞ୍ଚ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଜିତିବା ପରେ ପଦ୍ମ କ୍ୟାମ୍ପ ଉତ୍ସାହିତ ରହିଛି ।

ପିପିଲି ଓ ଡେଲାଙ୍ଗ ବ୍ଲକର ୪୬ ପଞ୍ଚାୟତ ଓ ପିପିଲି ଏନଏସିକୁ ନେଇ ପିପିଲି ବିଧାନସଭା ଭୋଟ । ସବୁଦଳ ବୁଥଓ୍ୱାରୀ ତିଆରି କରୁଛନ୍ତି ରଣନୀତି । ବିଧାନସଭା କାର୍ୟ୍ୟ ସରିବା ପରେ ଗ୍ରାଉଣ୍ଡରେ ଆରମ୍ଭ ହେବ ଟକ୍କର। ପୌର ଓ ପଞ୍ଚାୟତ ଭୋଟ ପୂର୍ବରୁ ପିପିଲି ପାଲଟିଛି ସେମିଫାଇନାଲ୍ ଓ୍ୱାର୍ । ତେବେ ପ୍ରଦୀପ ମହାପଥୀଙ୍କ ପାଇଁ ଅନୁକମ୍ପା ଭୋଟ୍ ଓ ଉପନିର୍ବାଚନରରେ ଶାସକ ଦଳର ପଲ୍ଲା ଭାରିର ପରମ୍ପରା ବିଜେଡିକୁ ଲାଭ ଦେବାର ସମ୍ଭାବନା ଅଧିକ । ତେବେ ବାଲେଶ୍ୱରେ ମଦନ ମୋହନଙ୍କ ବିୟୋଗ ପରେ ହାତଛଡ଼ା ହୋଇଥିବା ସିଟର ପ୍ରତିଶୋଧ ନେବାକୁ ବିଜେପି ପାଖେ ରହିଛି ସୁଯୋଗ । ଏସବୁ ଭିତର ପିପିଲିର ବିକାଶ ହିଁ ହେବ ଭୋଟରଙ୍କ ପାଇଁ ସବୁଠୁ ବଡ଼ ପ୍ରସଙ୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି