Masthead

ଧରା ପଡିଲା ୧୫ ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ (ବଡ଼ ଖବର ବ୍ୟୁରୋ): ପାଡୁଆ ପୋଲିସକୁ ମିଳିଲା ବଡ ସଫଳତା । ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପୋଲିସ। ଏକ ପିକକ୍ ଭ୍ୟାନରେ ସ୍ଵତନ୍ତ୍ର ଚାମ୍ବର ଭିତରେ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପାଡୁଆ ପୋଲିସ। କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି. ପି. ଓ ପାଡୁଆ ଥାନା ଅଧିକାରୀ ସୁଡୁବ ଗ୍ରାମ ନିକଟରେ ପାଟ୍ରୋଲିଂ କରିଥିଲେ ।ଏହି ଅଞ୍ଚଳଟି ମାଓ ପ୍ରଭାବିତ ଓ ଜଙ୍ଗଲ ପୂର୍ଣ୍ଣ ଅଞ୍ଚଳ । ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ନାକାବନ୍ଦୀ କରିଥିଲେ। ଆନ୍ଧ୍ରପ୍ରଦେଶ ଆଡୁ ଦ୍ରୃତଗତିରେ ଆସୁଥିବା ଏକ ପିକକ୍ ଭ୍ୟାନକୁ ପୋଲିସ ଅଟକାଇ ଥିଲା କିନ୍ତୁ ତାପନିୟନ୍ତ୍ରଣ ଭ୍ୟାନ ଭାବି ଭ୍ୟାନକୁ ଛାଡି ଦେଉଥିଲା।

ଭ୍ୟାନର ଚାରି ପାଖ ଗଞ୍ଜେଇ ଗନ୍ଧରେ ଗାଡିଟି ଫାଟି ପଡୁଥିବାରୁ ପୋଲିସ ସନ୍ଦେହ କରି ପ୍ରାୟ ଏକ ଘଣ୍ଟା ତନାଘନା କରି ଗାଡ଼ି ଯାଞ୍ଚ କରିବାରୁ ପିକକ୍ ଭ୍ୟାନରେ ସ୍ଵତନ୍ତ୍ର ଚାମ୍ବରରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଏହି ଗାଡ଼ି ଆନ୍ଧ୍ରରୁ ଗଞ୍ଜେଇ ନେଇ ବିହାର ଚୋରା ଚାଲାଣ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଜବତ ପିକକ୍ ଭ୍ୟାନରେ ୫ ଟି ବସ୍ତାରେ ପ୍ରାୟ ଦେଢ କ୍ଵିଣ୍ଟାଲ ଗଞ୍ଜେଇ ଥିଲା । ଏହାର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ଅଟକ ଯୁବକମାନେ ବିହାର ଅଞ୍ଚଳର ସୁରେଶ ଜାଧେଭ ଏବଂ ମାଲୁବ କୁମାର ଜାଧେଭ ବୋଲି ଜଣାପଡିଛି। ଏହି ବ୍ୟକ୍ତି ଦୁଇଜଣ ପୂର୍ବରୁ ବହୁବାର ଏହିଭଳି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ପୋଲିସ ଆଗରେ ସ୍ଵୀକାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ