‘ପ୍ରମାଣିତ ହୋଇଗଲା ବିଜେଡି-ବିଜେପି ଭାଇ ଭାଇ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଷଷ୍ଠ ଦିନ ପରେ ଶୁକ୍ରବାର ବିଧାନସଭାର ପ୍ରଶ୍ନକାଳ ସ୍ୱଭାବିକ ହୋଇଥିଲା । ପ୍ରଶ୍ନକାଳ ଶେଷ ହେଉ ହେଉ ବାଚସ୍ପତିଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଗୃହରେ ଧାନ କିଣା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିବୃତି ରଖିଥିଲେ । ଏହା ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ଗୁରୁବାର ବିଜେଡି ଓ ବିଜେପିର ହାଇଡ୍ରାମାକୁ ନେଇ କଟାକ୍ଷ କରିଥିଲେ । କହିଥିଲେ ବହାଘର ବରଯାତ୍ରୀ ଭଳି ନବୀନ ନିବାସ ଆଡେ ଯାଇଥିଲେ ବିଜେପି ବିଧାୟକ । କର୍ତ୍ତାଭଳି ମୁଖ୍ୟମନ୍ତ୍ରୀ ପାଛୋଟି ନେଇଥିଲେ। ଫୁଲ ଚନ୍ଦନ ଲଗାଇ , ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀମାନେ ମଧ୍ୟ ସ୍ୱାଗତ କରିଥିଲେ। ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସରେ ଅପେକ୍ଷା କରିଥିଲେ। ବିଜେଡି ବିଧାୟକମାନେ ବଡ଼ିଗାର୍ଡ ଭଳି ତାଙ୍କ ପଛେ ପଛେ ଯାଇଥିଲେ। ବିଜେଡି ବିଜେପି ଭାଇ ଭାଇ ଆଗରୁ କହିଥଲୁ। ଗୁରୁବାର ପ୍ରମାଣିତ ହୋଇଗଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’