Masthead

ଦୋଳରେ ଲାଗିଲା କଟକଣା

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): କରୋନା ପୁଣି ମାଡିଆସିଲାଣି । ଚେକ୍ ଦେବା ଲାଗି ରାଜ୍ୟ ସରକାର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ବଜାର ହାଟରେ ଅଯଥା ଭିଡ ନଜମାଇବା ପାଇଁ ଳୋକଙ୍କୁ ପରାମର୍ଶ ଦିଆଯାଉଛି । ସେହିପରି ଦୋଳରେ ଲାଗିଛି କଟକଣା । କରୋନାକୁ ଦୃଷ୍ଟିରେ ରଖି ଦୋଳଯାତ୍ରା ପାଇଁ ରାଜ୍ୟବ୍ୟାପୀ କଟକଣାକୁ ଆହୁରି କଡାକଡି କରାଯାଇଛି ।

ଦୋଳ ଯାତ୍ରା ସମୟରେ ବିମାନ ବହନ ପାଇଁ ସର୍ବାଧିକ ଛଅ ଜଣଙ୍କୁ ଅନୁମତି ଦିଆଯିବ । କୌଣସି ଶୋଭାଯାତ୍ରା ଓ ଧ୍ୱନି, ବାଦ୍ୟଯନ୍ତ୍ର ବଜାଯିବ ନାହିାଁ ପ୍ରତିମା ବହନ କରୁଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ପିନ୍ଧିବେ । ଦୋଳ ମେଲଣ ପଡିଆରେ ସର୍ବାଧିକ ୫୦ ରୁ ୬୦ ଜଣ ଉପସ୍ଥିତ ରହିପାରିବେ। ଦୁଇଜଣଙ୍କ ମଧ୍ୟରେ ଛଅ ଫୁଟ ସାମାଜିକ ଦୂରତା ବଜାୟ ରଖିବେ ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମେଲଣ ପଡିଆରେ କୌଣସି ଯାତ୍ରା, ଅର୍କେଷ୍ଟ୍ରା, ମୀନା ବଜାର ହେବ ନାହିଁ । କରୋନା କଟକଣାକୁ ପାଳନ କରି ମନ୍ଦିର ଭିତରେ ଧାର୍ମିକ ରୀତିନୀତି କରାଯାଇପାରିବ । ମନ୍ଦିର ଭିତରେ କୌଣସି ଭକ୍ତଙ୍କୁ ପ୍ରବେଶ ଅନୁମତି ନାହିଁ। ସେହିପରି ହୋଲିରେ ମଧ୍ୟ କଟକଣା ଜାରି କରାଯାଇଛି । ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଘର ଭିତରେ ରହି ହୋଲି ଖେଳିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା