Masthead

ଭୟାବହ ଅଗ୍ନିକାଣ୍ତ, ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ ( ବଡ଼ ଖବର ବ୍ୟୁରୋ): ଭୟାବହ ଅଗ୍ନିକାଣ୍ତ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ୨୩ ନମ୍ବର ୱାର୍ଡ ଉଚ୍ଚଡିହାରେ ଘଟିଯାଇଛି ଏଭଳି ଘଟଣା । ଏହି ଅଗ୍ନିକାଣ୍ଡରେ ୪ ପରିବାରର ୧୨ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି । ନିଆଁରେ ପୋଡ଼ି ହେଇ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ରାତି ୩ଟା ବେଳେ ହଠାତ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁର ବେଗ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ ୪ ପରିବାରର ୧୨ ବଖରା ନିଆଁର ଆଁଭିତରେ ପଶି ଯାଇଥିଲା । ପଡୋଶୀ ବାହାରକୁ ଉଠିଥିବାବେଳେ ନିଆଁକୁ ଦେଖି ପରିବାର ଲୋକଙ୍କୁ ଡାକ ପକାଇଥିଲା ।

ଡାକ ଶୁଣି ପରିବାର ଲୋକ ଜୀବନ ବିକଳରେ ବାହାରକୁ ପଳାଇ ଆସିଥୁଲେ । କନକଲତା ବାରିକ ଘର ଭିତରୁ ବାହାରି ପାରିନଥିଲେ । ଫଳରେ ନିଆଁରେ ପୋଡ଼ି ହେଇ ତାଙ୍କର ମୃତ୍ୟୁ ହୋଇଛି ପରିବାର ଲୋକ ବାସୁଦେବପୁର ଦମକଳ ବାହିନୀକୁ ଖବର ଦେଇଥିଲେ । ସୋର ଦମକଳ ବାହିନୀ ନିଆଁ ଲିଭାଇବାକୁ ଆସିଥିଲେ । ଆସିବା ବେଳକୁ ସବୁ କିଛି ପୋଡି ପାଉଁଶ ହେଇଯାଇଥିଲା । ପିନ୍ଧାଲୁଗା ବ୍ୟତୀତ ଅନ୍ୟ କୌଣସି ଆସବାବପତ୍ର ବାହାରକୁ କାଢି ପାରିନଥିଲେ। ତୁରନ୍ତ ଏହି ଅଗ୍ନି ବିପନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ