Masthead

ଅନ୍ଧବିଶ୍ୱାସର କୁପରିଣତି, ଜେଲ ଗଲେ ୧୦

ବାଲିଗୁଡ଼ା(ବଡ଼ ଖବର ବ୍ୟୁରୋ): ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସ ଲିଭୁ ନାହଁ । ଏଭଳି କିଛି ଅନ୍ଧ ବିଶ୍ୱାସରେ ପଡି ମଣିଷ ନିଜର ମଣିଷ ପଣିଆକୁ ଭୁଲି ଯାଉଛି । ନିଜର ସ୍ବାର୍ଥ ହାସଲ ପାଇଁ ଆଜିକାଲିର ଆଧୁନିକ ଲୋକମାନେ ମଧ୍ୟ ଆପଣେଇ ନେଉଛନ୍ତି ଗୁଣି, ଗାରେଡ଼ି । ଗୁଣିଗାରେଡ଼ି, ଭୂତପ୍ରେତ, ଆଦିର ଭୟ ଦେଖେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଚତୁର ଲୋକେ। ନିରୀହ ମଣିଷ ସବୁକିଛି ଭୁଲି ସେହି ଅନ୍ଧ ବିଶ୍ୱାସକୁ ଆପଣେଇ ନେଉଛନ୍ତି। ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ଅନାଦି ମଳିକଙ୍କ ପରିବାର ସହ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ହୋଇଥିଲା । ପରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ତାଙ୍କ ଘର ଭାଙ୍ଗିଥିଲେ ୨୦ରୁ ଉର୍ଦ୍ଧ୍ବ ଲୋକ। ପୀଡ଼ିତ ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ୧୩ ତାରିଖରେ ଡିଙ୍ଗେଲକିଆ ଗ୍ରାମର ବୁଦାରା ପ୍ରଧାନଙ୍କ ସହ ଠିକ ଏଭଳି ଘଟଣା ଘଟିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର କିଛି ଲୋକ ବୁଦାରା ପ୍ରଧାନ,ଅନାଦି ମଳିକ ଓ ତାଙ୍କ ସମ୍ପର୍କୀୟଙ୍କୁ ଗାଁରୁ ତଡ଼ିବାକୁ ଷଡ଼ଯନ୍ତ୍ର ରଚିଥିଲେ । ସେହି ଗାଁର ଜଣେ ଯୁବତୀଙ୍କୁ କାଳେଶୀ ସଜାଇ ତା’ ଦେହରେ ଶିବ ଠାକୁର ଉଭା ହେଉଛନ୍ତି ବୋଲି କହିଥିଲେ ।

ପରେ ବୁଦାରାଙ୍କୁ ଗୁଣିଆର ଆଖ୍ୟା ଦେଇ ତାଙ୍କ ଘର ଭାଙ୍ଗି ଦେଇଥିଲେ । ଗତ ୨୮ ତାରିଖ ରାତିରେ ପୁଣି ସମାନ ଢଙ୍ଗରେ ନାଟକ କରି ଅନାଦି ମଳିକଙ୍କ ଘର ଭାଙ୍ଗିଦେଇଥିଲେ । ଏନେଇ ବାଲିଗୁଡ଼ା ଥାନାରେ ମାମଲା ରୁଜୁ ହୋଇଛି । ବୁଦାରା ପ୍ରଧାନଙ୍କ ଘର ଭାଙ୍ଗିବା ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଥିବାବେଳେ ପୁଣି ସମାନ ଘଟଣା ସେହି ଗାଁରେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାଇବା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଧମକ ଦେବାକୁ ମଧ୍ୟ ପଛେଇ ନଥିଲେ ।

ପରେ ଗାଁର ଉଭୟ ପକ୍ଷରୁ ପାଖାପାଖି ୪୦ଲୋକଙ୍କୁ ଡାକି ଥାନାରେ ବୁଝାସୁଝା କରିବା ସହ ଅନ୍ଧ ବିଶ୍ବାସରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଊର । ଆଲୋଚନା ପରେ କିଛି ଯୁବ ଗୋଷ୍ଠୀ ଜାଣିଶୁଣି ଅନ୍ଧବିଶ୍ବାସକୁ ପ୍ରବର୍ତ୍ତାଇବା ସହ କିଛି ଅସାମାଜିକ ଲୋକେ ନିଜର ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଏଭଳି ପ୍ରୟାସ କରୁଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ପରେ ନିଜକୁ ଶିବ ବୋଲି କହି ମିଛ ନାଟକ କରୁଥିବା ଯୁବତୀଙ୍କ ସମେତ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା