Masthead

୪୫ ବର୍ଷରୁ ଅଧିକଙ୍କୁ ଦିଆଯିବ କୋଭିଡ ଡୋଜ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲିଠୁ ଆରମ୍ଭ ହେବାକୁ ଯାଉଛି ଜୋରଦାର ଭ୍ୟାକ୍ସିନେସନ ଅଭିଯାନ । ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ ଏବଂ ମସଜିଦ୍ ପୂଜକ ।

କରୋନାକୁ ଦୃଷ୍ଟିରେ ରଖି ୨ ଦିନ ଛୁଟି ଥିଲେ ବି ହେବ ଟିକାକରଣ । ବିଏମସିର ୩ ଜୋନ୍ ଜେଡିସିମାନେ ପ୍ରସ୍ତୁତ କରିଛନ୍ତି ତାଲିକା । ୬ଟି ବର୍ଗର ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ଚିଠା ହୋଇଛି ପ୍ରସ୍ତୁତ । ତେବେ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ ଟିକା ଦେବାକୁ ଟାର୍ଗେଟ ରଖାଯାଇଛି । ପ୍ରତି ହସ୍ପିଟାଲରେ ୨ଟି ଭ୍ୟାକ୍ସିନେଟର ଟିମ୍ କରାଯାଇଛି । ପୂର୍ବରୁ ଗୋଟିଏ ଟିମ୍ ୧୦୦ ଲୋକଙ୍କୁ ଭ୍ୟାକ୍ସିନେସନ୍ କରୁଥିଲେ । ଅନ୍ୟପଟେ କାଲିଠୁ ଭୁବନେଶ୍ୱରର ୨୪ ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ । କାଲିଠୁ ୩୧ ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ଏଥିସହ ଘରୋଇ ହସ୍ପିଟାଲରେ ମୋବିଲାଇଜେସନ ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା