Before Header

ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ଼

0 14

କେସିଙ୍ଗା(ବଡ଼ ଖବର ବ୍ୟୁରୋ): କେସିଙ୍ଗାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ କଳା ପତାକା ପ୍ରଦର୍ଶନ ଓ ଅଣ୍ଡା ମାଡ଼। ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବା ପାଇଁ ଆସିଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ କେସିଙ୍ଗା ବିଜେପି ଓ କଂଗ୍ରେସ କର୍ମୀ ମାନେ ଅଣ୍ଡା ମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଛନ୍ତି ।

ମନ୍ତ୍ରୀ ଅତି ଚତୁରତାର ସହିତ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ନିଜ ଗାଡ଼ି ରେ ନ ଆସି ସ୍ଥାନୀୟ ବି ଡି ଓ ଙ୍କ ଗାଡ଼ିରେ ଆସିଥିଲେ ସୁଦ୍ଧା ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । କର୍ମୀଙ୍କ ଆକ୍ରୋଶକୁ ବିରୋଧ କରିବା ପାଇଁ ସ୍ଥାନୀୟ ବିଜେଡି କର୍ମୀ ମାନେ ମଧ୍ୟ ନବୀନ ପଟ୍ଟନାୟକ ଜିନ୍ଦାବାଦର ନାରା ଦେଉ ଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.