ଚାଷଜମିରେ ଯୁବ ଇଂଜିନିୟର

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବାଲିପାଟଣା ଗ୍ରାମର ମୀନକେତନ ବେହେରା ଏବଂ ସୁନ୍ଦରୀ ବେହେରାଙ୍କ ପୁଅ ଜିତେନ୍ଦ୍ର ବେହେରା । ରାତି ପାହିବା କ୍ଷଣି ଚାଷ ଜମିରେ ପହଂଚି ଯାଆନ୍ତି ସିଭିଲ ଇଂଜିନିୟର ଜିତେନ୍ଦ୍ର ବେହେରା ।

ଜିତେନ୍ଦ୍ର ସମ୍ଭଲପୁର ଏକ ଘରୋଇ ଇଂଜିନିୟରିଂ କଲେଜରୁ ସିଭିଲି ଇଂଜିନିୟର ଭାବେ ପାସ କରିବା ପରେ ଦିଲ୍ଲୀରେ ଚାକିରି ପାଇଥିଲେ । ହେଲେ ସେଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳିନଥିଲା । ଆଇଏସ ପରୀକ୍ଷା ପାଇଁ ଚାକିରି ଛାଡି ଥିଲେ । ହେଲେ ଆଇଏସ ପରୀକ୍ଷାରେ ଫେଲ ହୋଇ ଯିବାରୁ ସେ ଘରକୁ ଫେରି ଆସି ବାପାଙ୍କ ପ୍ରେରଣାରେ ଜୈବିକ ପଦ୍ଧତିରେ ଚାଷ କରିବା ଅରମ୍ଭ କରିଥିଲେ ।

ଜିତେନ୍ଦ୍ର ୨୦ ଏକର ଜମିରେ ଝୁଡ଼ଙ୍ଗ ଛୁଇଁ , ପୋଟଳ, ବାଇଗଣ, କଲରା, ନାଉ ଓ ଜହ୍ନି ଭଳି ପନିପରିବା ଚାଷ କରୁଛନ୍ତି । ଜିତେନ୍ଦ୍ରଙ୍କ ନିଜ ଜମି କହିଲେ କିଛି ନାହିଁ ହେଲେ ଜମିର ବାର୍ଷିକ ଖର୍ଚ୍ଚ ଦେଇ ଜମି ଲିଜ ନେଇଛନ୍ତି । ସେହି ଜମିରେ ଚାଷ କରନ୍ତି ଇଂଜିନିୟର ଜିତେନ୍ଦ୍ର । ନିଜେ ଜଣେ ସଫଳ ଚାଷୀ ହେବା ସହ ଚାଷ କାମରେ ୧୫ ରୁ ୨୦ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’