Masthead

ବିଶାଲ ମେଗାମାର୍ଟ ସିଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱରରେ ହୁ ହୁ ହୋଇ ସଂକ୍ରମଣ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ସଜାଗ ହୋଇଉଠିଛି । ବିଏମସର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମାର୍କେଟ ବିଲ୍ଡିଂରେ ଜୋରଦାର ଚେକିଂ କରିବା ସହ ବିଭିନ୍ନ ମଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ହେତୁ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଥିବା ବିଶାଲ ମେଗାମାର୍ଟକୁ ସିଲ କରିଦିଆଯାଇଛି ।

ସେଠାରେ ଭିଡ ଥିବା ଦେଖିବାକୁ ମିଳିଥିଲା । ଯାହାପରେ ବିଏମସି ଏହି ସୋ ରୁମକୁ ସିଲ୍ କରିଦେଇଛି । ଏହାସହ ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ କ୍ୱିନ୍ସ କଲେକ୍ସନ, କୋଲକାତା ବଜାର ଏବଂ ସିଟି ଫ୍ୟାସନକୁ ମଧ୍ୟ ଜରିମାନା କରିଛନ୍ତି । ଏହି ସବୁ ସୋ ରୁମରେ ଅଧିକ ଗହଳି ଥିବାରୁ ବିଏମସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ସଂକ୍ରମଣକୁ ଆଖି ଆଗରେ ରଖି ବିଏମସି ରାଜଧାନୀବାସୀଙ୍କ ପାଇଁ ନୂଆ ମାର୍ଗ ଦର୍ଶିକା ଜାରି କରିଛି । ଯେଉଁଥିରେ ବିବାହ କାମ ପାଇଁ କେବଳ ୧୦୦ ଲୋକ ଏବଂ ଅନ୍ତିମ କ୍ରିୟା ପାଇଁ କେବଳ ୫୦ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ନିର୍ଦ୍ଦେଶାନାମା ଜାରି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ