Masthead

ବିଶାଲ ମେଗାମାର୍ଟ ସିଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱରରେ ହୁ ହୁ ହୋଇ ସଂକ୍ରମଣ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ସଜାଗ ହୋଇଉଠିଛି । ବିଏମସର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମାର୍କେଟ ବିଲ୍ଡିଂରେ ଜୋରଦାର ଚେକିଂ କରିବା ସହ ବିଭିନ୍ନ ମଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ହେତୁ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଥିବା ବିଶାଲ ମେଗାମାର୍ଟକୁ ସିଲ କରିଦିଆଯାଇଛି ।

ସେଠାରେ ଭିଡ ଥିବା ଦେଖିବାକୁ ମିଳିଥିଲା । ଯାହାପରେ ବିଏମସି ଏହି ସୋ ରୁମକୁ ସିଲ୍ କରିଦେଇଛି । ଏହାସହ ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ କ୍ୱିନ୍ସ କଲେକ୍ସନ, କୋଲକାତା ବଜାର ଏବଂ ସିଟି ଫ୍ୟାସନକୁ ମଧ୍ୟ ଜରିମାନା କରିଛନ୍ତି । ଏହି ସବୁ ସୋ ରୁମରେ ଅଧିକ ଗହଳି ଥିବାରୁ ବିଏମସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ସଂକ୍ରମଣକୁ ଆଖି ଆଗରେ ରଖି ବିଏମସି ରାଜଧାନୀବାସୀଙ୍କ ପାଇଁ ନୂଆ ମାର୍ଗ ଦର୍ଶିକା ଜାରି କରିଛି । ଯେଉଁଥିରେ ବିବାହ କାମ ପାଇଁ କେବଳ ୧୦୦ ଲୋକ ଏବଂ ଅନ୍ତିମ କ୍ରିୟା ପାଇଁ କେବଳ ୫୦ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ନିର୍ଦ୍ଦେଶାନାମା ଜାରି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା