Masthead

କିନ୍ନରଙ୍କ ହାତରେ ଧଳା ଜହର

ବାଲେଶ୍ଵର(ବଡ଼ ଖବର ବ୍ୟୁରୋ): ବ୍ରାଉନ ସୁଗାର ବା ଧଳା ଜହରର ହବ ପାଲଟିଲାଣି ବାଲେଶ୍ଵର। କେତେବେଳେ ସ୍ଥାନୀୟ ପୋଲିସ ତ କେତେବେଳେ ଏସଟିଏଫ ଚଢ଼ାଉ କରି କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରୁଛି । ଏସବୁ ପରେ ବି ବ୍ରାଉନ ସୁଗାର ବେପାର କମିବାରେ ଆଦୌ ନା ନେଉନି । ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ବେପାର ହେଉଛି । ପୋଲିସ ନାକ ତଳେ ବେଶ ସୁରକ୍ଷିତ ଭାବରେ ବେପାର ଜମୁଛି । ପୋଲିସ ଜାଣି ମଧ୍ୟ ଅଧିକାଂଶ ସମୟରେ ଚୁପ ରହୁଛି । ବିଶେଷ କରି ବାଲେଶ୍ଵରର ସହଦେଵଖୁଣ୍ଟା ଥାନା ଅଞ୍ଚଳ ଜହର ବେପାରୀ ମାନଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି ।

ଏବେ ଧଳା ଜହରର ବେପାରରେ କିନ୍ନର ମାନେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି । ଗତକାଲି ବାଲେଶ୍ବର ତେନ୍ତୁଳିଆ ଠାକୁରାଣୀ ମନ୍ଦିର ନିକଟରେ ଜଣେ କିନ୍ନର ଧଳା ଜହର ବେପାର କରୁଥିବା ସ୍ଥାନୀୟ ଲୋକେ ପ୍ରଥମେ ଜାଣିବାକୁ ପାଇ ଶିଳ୍ପାଞ୍ଚଳ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ୭୨ ଗ୍ରାମର ବ୍ରାଉନ ସୁଗାର ସହ ଖୋର୍ଦ୍ଧା ଅଞ୍ଚଳର ରବି ବେହେରା ଓରଫ ରାକ୍ଷୀ କିନ୍ନରଙ୍କୁ ଗିରଫ କରିଛି। ତେବେ ରାକ୍ଷୀଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ପାଖରୁ ୩୦୦ ଟଙ୍କା ଓ ଗୋଟିଏ ମୋବାଇଲ ମଧ୍ୟ ଜବତ କରିଛି ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଉକ୍ତ କିନ୍ନର ଯଦି ବ୍ରାଉନ ସୁଗାର ବେପାର କରୁଛନ୍ତି , ତେବେ ତାଙ୍କର ଏ ଚେର କେତେଯାଏ ଲମ୍ବିଛି । କାହା ଠାରୁ ସେ ଏହି ଧଳା ଜହର ଆଣୁଛନ୍ତି । ଏଥିରେ ଆଉ କେଉଁ କେଉଁ ମାନେ ସଂମ୍ପୃକ୍ତ ଅଛନ୍ତି । ପୋଲିସ ଏସବୁ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ବାହାରକୁ ଆସିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା