Masthead

ଅମାନିଆ ସାବାଡ଼ ହେବେ କେବେ ?

ରାଉରକେଲା(ବଡ଼ ଖବର ବ୍ୟୁରୋ): ଅମାନିଆ ମାନୁନାହାନ୍ତି କରୋନା କଟକଣା। ବିନା ମାସ୍କରେ ଜନଗହଳି ସ୍ଥାନରେ ବୁଲୁଛନ୍ତି ଲୋକେ। ହାଟ, ବଜାରରେ ଅସମ୍ଭାଳ ଭିଡ଼। ଲୋକେ ମାନୁନାହାନ୍ତି ସାମାଜିକ ଦୂରତା ଓ ପିନ୍ଧୁନାହାନ୍ତି ମାସ୍କ। ଦିନକୁ ଦିନ ସୁନ୍ଦରଗଡ଼ ଓ ରାଉରକେଲା ସହରରେ ବଢିବାରେ ଲାଗିଛି କରୋନା ପଜିଟିଭ ସଂଖ୍ୟା। ରାଉରକେଲା ସହରବାସୀ କରୋନାକୁ ଯେମିତି ଭୁଲି ଯାଇଛନ୍ତି, ସେହି ଭଳିଆ ଦୃଶ୍ୟ ଦେଖିବାକୁ ମିଳୁଛି ।

ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ଲୋକେ କରୋନା କଟକଣାକୁ ଫୁ କରି ଉଡାଇଦେଉଛନ୍ତି। ରାଉରକେଲା ସହରର ଛେଣ୍ଡ ହାଟ, ଆମ୍ବଗାନ ହାଟ ଏବଂ ରାଉରକେଲା ଟ୍ରାଫିକ ମାର୍କେଟ ଆଦି ଅଞ୍ଚଳରେ ଲୋକେ ବିନା ମାସ୍କରେ ମାର୍କେଟିଂ ପାଇଁ ଆସି ଗହଳି ମଧ୍ୟରେ ବୁଲୁଛନ୍ତି। କେବଳ ସାଧାରଣ ଲୋକ ନୁହେଁ ଏଠାରେ ବେପାରୀ ମାନେ ମଧ୍ୟ ପିନ୍ଧୁନାହାନ୍ତି ମାସ୍କ । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଦୁଇ ଦିନ ଧରି ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଲୋକେ ମନୁନାହାନ୍ତି କରୋନା ନିୟମ । ବେଫିକର ହୋଇ ବୁଲୁଛନ୍ତି ସହରରେ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନତା କରାଯାଇଛି । ରାଉରକେଲା ସହରର କିଛି ଅମାନିଆ ମାନୁନାହାନ୍ତି କରୋନା କଟକଣା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା