Masthead

ମଣିଷ ଭୁଲିଲା ମାନବିକତା

ଭୋଗରାଇ (ବଡ଼ ଖବର ବ୍ୟୁରୋ): ମଣିଷ ଭୁଲିଲା ମାନବିକତା । ନୃଶଂସତାର ସବୁ ସୀମା ଟପିଲା ମଣିଷ । ମଣିଷ ଡଙ୍ଗାରେ ଯାଉଛି ଅଥଚ ଗାଈଟିକୁ ପାଣିରେ ଟାଣି ଟାଣି ନେଇ ଯାଉଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅର୍ନ୍ତଗତ ସୁବର୍ଣ୍ଣରେଖା ପଂନ୍ତେଇ ଫେରିଘାଟରେ । ଗାଈଟିକୁ ଅଣନିଶ୍ବାସୀ କରି ନଦୀରେ ଘୋସାରି ଘୋସାରି ଗୋଟିଏ ପାଖରୁ ଅନ୍ୟ ପାଖକୁ ପାର କରାଯାଉଛି ।

ମଣିଷ ଡଙ୍ଗାରେ ପାର ହେଉଥିବା ବେଳେ ଗାଈଟିକୁ ମଧ୍ୟ ଡଙ୍ଗାରେ ଗୋଟିଏ ପାର୍ଶ୍ବରେ ଟଙ୍ଗାଇ ଅନ୍ୟ ପାର୍ଶ୍ବକୁ ପାରି କରୁଛି ନାଉରୀ । ଗଭୀର ଜଳରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ଗାଈଟି ତ୍ରାହି ତ୍ରାହି ଡାକୁଛି । ମାତ୍ର ଡଙ୍ଗାରେ ପାରି ହେଉଥିବା ଯାତ୍ରୀ ଏଦୃଶ୍ୟ ଦେଖି ମଜା ନେଉଛନ୍ତି । ଏଭଳି ପ୍ରତ୍ୟେକ ଦିନ ବାଲିଆପାଳରୁ ଭୋଗରାଇକୁ ଚୋରା ଗୋ ଚାଲାଣ ହଉଛି। ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା । ପ୍ରଶାସନର ଚିନ୍ତା ନାହିଁ । ଏଭଳି ନୃଶଂସତାର ଘଟଣାକୁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ଦାବି କରିଛନ୍ତି ବୁଦ୍ଧିଜୀବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ