Masthead

ବିବାହ ଭୋଜି ପାଇଁ ଲାଗୁ ହେଲା ନୂଆ କଟକଣା

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଚିନ୍ତିତ। ଧିରେ ଧିରେ ରାଜ୍ୟରେ ବଢିବାରେ ଲାଗିଛି ଏହାର ପ୍ରକୋପ । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି। ପୂର୍ବରୁ କରୋନାର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ହଟସ୍ପଟ ଜିଲ୍ଲା ହୋଇଥିଲା । ବର୍ତ୍ତମାନ ଏହି ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଚୁଇଁଲାନି ।

ତେଣୁ ଜିଲ୍ଲା ପ୍ରଶାସନ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସମସ୍ତଙ୍କୁ ଏହି ନିୟମ ମାନିବାକୁ ବାଧ୍ୟ କରାଯାଇଛି। ତାରା ତାରିଣୀ ଯାତ୍ରା, ଦଣ୍ଡ ଯାତ୍ରା ତାହା ସହ ବିବାହ ଭୋଜି ଓ ସାମାଜିକ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ଜାରିକରିଛନ୍ତି ନୂଆ ନିୟମ। ବିବାହରେ ଜମିବନି ଭୋଜିଭାତର ଆସର। ଏଥର ଅତିଥିଙ୍କୁ ଖାଦ୍ୟ ପୁଡ଼ିଆରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିବାହ ଉତ୍ସବରେ ଯୋଗ ଦେବାକୁ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ତା ସହିତ ଭୋଜି ଉପରେ କଟକଣା ଲଗାଯାଇଛି।

ରିସେପ୍ସନରେ ଭୋଜି ବଦଳରେ ଦିଆଯିବ ଖାଦ୍ୟ ପୁଡ଼ିଆ। ଅତିଥିମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟାଯିବ । ଗହଳି, ଭିଡ଼ ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଯଦି ଏହାର ଉଲ୍ଲଂଘନ କରାଯାଏ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା