Masthead

ଭୋପାଳରେ ଅମ୍ଳଜାନର ଅଭାବ

ମଧ୍ୟପ୍ରଦେଶ(ବଡ଼ ଖବର ବ୍ୟୁରୋ ): ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅମ୍ଳଜାନର ଅଭାବ ଦେଖାଦେଇଛି। ୧୦୦ ରୁ ଅଧିକ ଡାକ୍ତରଖାନା ଏବେ ଅମ୍ଳଜାନ ଅଭାବର ସାମ୍ନା କରିବାକୁ ଯାଉଛି। କରୋନା ସଂକ୍ରମିତଙ୍କୁ ବି ମିଳିପାରୁନି ଅମ୍ଳଜାନ। ଗୁଜୁରାଟରୁ ଭୋପାଳକୁ ତରଳ ଅମ୍ଳଜାନ ଯୋଗାଣ ବନ୍ଦ ହେବାପରେ ଏହି ଅଭାବ ଦେଖାଦେଇଛି।

ସୂଚନାନୁଯାୟୀ, ଗତ କିଛିଦିନ ଧରି ଗୁଜୁରାଟରୁ ଭୋପାଳକୁ ତରଳ ଅମ୍ଳଜାନ ଯୋଗାଣ ହୋଇପାରୁ ନାହିଁ। ସିଟି ବିକ୍ରେତାମାନେ କହିଛନ୍ତି ଯଦି ଗୁରୁବାର ସୁଦ୍ଧା ଅମ୍ଳଜାନ ଉପଲବ୍ଧ ନହୁଏ, ତେବେ ୧୦୦ ରୁ ଅଧିକ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଦେଖାଯିବ। ଭୋପାଳ ଗୁଜୁରାଟରୁ ୮୦ ରୁ ୧୦୦ ଟନ୍ ଅମ୍ଳଜାନ ନେଉଥିଲା। ଗୁଜୁରାଟ ଅମ୍ଳଜାନ ଯୋଗାଣ ବନ୍ଦ କରିବା ପରେ ଜିଲ୍ଲା କଲେକ୍ଟର ଅବିନାଶ ଲାଭାନିଆ ଶିଳ୍ପକୁ ଅମ୍ଳଜାନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି