Masthead

ଭୋକର ଭୟଙ୍କର ଚିତ୍ର

ସୁନ୍ଦରଗଡ଼(ବଡ଼ ଖବର ବ୍ୟୁରୋ): ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଭୋକର ଭୟଙ୍କର ଚିତ୍ର । ଭୋକ ଲାଗିବାରୁ ଏକ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ମାଲଦା ପଞ୍ଚାୟତର ଗଣୁଆ ଖଣି ଅଞ୍ଚଳରେ । ବର୍ତ୍ତମାନ ଏହି ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ବ୍ୟକ୍ତି ଏଠାରେ ଭୋଜିଭାତ କରି ଖାଇବା ପରେ ଅଇଁଠା ଖଲି ପକାଇ ଚାଲିଯାଇଥିଲେ। ସେହି ଅଇଁଠା ପତ୍ରକୁ ଛୁଆଟି ଚାଟି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରରେ, ତାଡୁଗୋଠ ପଡ଼ାରେ ରହୁଥିବା ରାବଣ ମୁଣ୍ଡାଙ୍କ ସ୍ତ୍ରୀ ମରିଯିବା ପରେ ତିନି ଛୁଆ ରାଜନ ମୁଣ୍ଡା, ମାଳତି ମୁଣ୍ଡା ଓ ମନୋରଞ୍ଜନ ମୁଣ୍ଡାଙ୍କୁ ନେଇ ତାଙ୍କ ସଂସାର। ଖାଦ୍ୟ ଅଭାବରୁ ତିନି ଛୁଆ ଅପପୁଷ୍ଟିର ଶିକାର ହୋଇଛନ୍ତି । ପଞ୍ଚାୟତରୁ ମିଳୁଥିବା ଚାଉଳ ଏବଂ ଜାଳେଣି କାଠ ବିକ୍ର କରି ପରିବାର ପ୍ରତିପୋଷଣ କରନ୍ତି । ସେହି ବସ୍ତିର ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୁଇ ରୁ ତିନି ମାସ ବ୍ୟବଧାନରେ ମିଳୁଛି । ଏ ବିଷୟରେ ଅଙ୍ଗନୱାଡି କର୍ମୀକୁ ପଚାରିବାରୁ ସେ କହିଛନ୍ତି ପ୍ରତ୍ୟେକ ମାସରେ ଆସୁଥିବା ସରକାରୀ ସହାୟତା ତାଙ୍କ ପାଖରେ ପହଞ୍ଚାଇବା ସହିତ ବଳକା ରୋଷେଇ ଖାଦ୍ୟ ରାବଣର ଛୁଆ ମାନଙ୍କୁ ଦେଇ ଆସିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ