Masthead

କରୋନା କବଳରେ ଆଇଆଇଟି ରୁରକି

ଡେରାଡୁନ (ବଡ଼ ଖବର ବ୍ୟୁରୋ): କରୋନା କବଳରେ ଉତ୍ତରାଖଣ୍ଡର ଆଇଆଇଟି ରୁରକି । ଏଠାରେ ପାଖାପାଖି ୯୦ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତମାନେ ନିଜ ନିଜ ଘରୁ ଆସି କଲେଜରେ ଯୋଗ ଦେଇଥିବା ଜଣାପଡ଼ିଛି। ଏପ୍ରିଲ ୭ ସୁଦ୍ଧା ଏହି କଲେଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ବିଗତ ଦୁଇ ଦିନ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଏ ନେଇ ସୂଚନା ଦେଇଛନ୍ତି ଆଇଆଇଟି ରୁରକୀର ମିଡିଆ ସେଲ୍ ଇନ୍ ଚାର୍ଡ ସୋନିକା ଶ୍ରୀବାସ୍ତବ।

ସଂକ୍ରମିତ ସମସ୍ତ ଛାତ୍ରଛାତ୍ରୀଙ୍କୁ କୋଭିଡ ସେଣ୍ଟରରେ ରଖାଯାଇଛି । ଯେ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ନଆସିବ ସେ ପର୍ଯ୍ୟନ୍ତ ବାରଣ କରାଯାଇଛି । ବର୍ତ୍ତମାନ ହଷ୍ଟେଲକୁ ସିଲ କରିବା ସହ ସାନିଟାଇଜକୁ ଗୁରୁତ୍ୱ ଦିଆଯାଉଛି । ଏବେ ସୁଦ୍ଧା ୬୦୦ରୁ ଅଧିକ ଛାତ୍ରାଛାତ୍ରୀଙ୍କ ନମୁନା ଟେଷ୍ଟ କରାଯିବ । ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନଙ୍କର ଟେଷ୍ଟ କରାଯାଉଛି । ଦରକାର ପଡିଲେ ପୂରା କଲେଜକୁ ବିଶୋଧନ କରାଯିବ । କଲେଜ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ କେନ୍ଦ୍ର ଖୋଲାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା