Masthead

ସଂସଦରେ କୃଷି ବିଲ ପାଇଁ ଓଡ଼ିଶାରେ ସିବିଆଇ ନାଟକ

୨୦୧୯ ନିର୍ବାଚନ ପରେ ବିଜେଡି ନେତାଙ୍କ ଘରେ ପ୍ରଥମ ରେଡ

ଭୁବନେଶ୍ୱର(ବୁ୍ୟରୋ), ୧୯/୯: ଦୀର୍ଘଦିନର ନୀରବତା ପରେ ଓଡ଼ିଶାରେ ପୁଣି ଆରମ୍ଭ ହୋଇଛି ସିବିଆଇର ଚିଟଫଣ୍ଡ ଚଢ଼ାଉ । ଏଥର ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଘରେ ଚଢ଼ାଉ କରାଯାଇଛି । ଶୁକ୍ରବାର ୪ଘଣ୍ଟା କାଳ ତାଙ୍କୁ ଘରେ ଅଟକ ରଖି ତଦନ୍ତ ଓ ଯାଞ୍ଚ କରାଯାଇଥିଲା ।
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ସହ ବିଜେପିର ଉତ୍ତମ ବୁଝାବଣା ଥିବାରୁ ଉଭୟଙ୍କ ମଧ୍ୟରେ ଆକ୍ରୋଶ ନଥିଲା । ରାଜ୍ୟର ସବୁ ଦାବିକୁ କେନ୍ଦ୍ର ମାନୁଥିଲା ଓ କେନ୍ଦ୍ରର ସବୁ ବିଲକୁ ରାଜ୍ୟ ସମର୍ଥନ କରୁଥିଲା । ମାତ୍ର ହଠାତ ବିଜେଡିର ତୁଙ୍ଗ ନେତାଙ୍କ ଘରେ ସିବିଆଇ ଚଢ଼ାଉ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି କାହିଁକି ଏ ଚଢ଼ାଉ?

ଏହାପଛରେ କି ରାଜନୈତିକ ଉଦେ୍ଦଶ୍ୟ ରହିଛି ବିଜେପିର? ଏମିତି କଥା ଏବେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ପକ୍ଷରୁ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପିର ଏହା ନିର୍ବାଚନୀ ରାଜନୀତି । ପ୍ରତି ନିର୍ବାଚନ ପୂର୍ବରୁ ବିଜେପି ଏମିତି ଚାପ ପକାଇଥାଏ ।

ହେଲେ ବିଜେଡିର ଏହି ମନ୍ତବ୍ୟକୁ ସହଜରେ ଗ୍ରହଣ କରାଯାଉନାହିଁ । ଏବେ ନିକଟରେ ରାଜ୍ୟରେ ନିର୍ବାଚନ ନାହିଁ । ପୌର ନିର୍ବାଚନକୁ ସରକାର ନିଜେ ଅଟକାଇଛନ୍ତି । ପଞ୍ଚାୟତ ନିର୍ବାଚନର ବେଳ ହୋଇନାହିଁ । ତେଣୁ ବିଜେଡି ବାସ୍ତବ କଥା ଲୁଚାଉଥିବା କୁହାଯାଉଛି ।

ଅନ୍ୟପକ୍ଷରେ ବିଜେଡିର ଜନୈକ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ବିଜେପିର ଏହା ପ୍ରେସର ଷ୍ଟ୍ରାଟେଜୀ । ଏବେ ସଂସଦରେ କୃଷି ବିଲ ଆଗତ ହୋଇଛି । ସିରୋମଣି ଅକାଳୀ ଦଳ ଏହି ବିଲକୁ ସମର୍ଥନ କରୁନାହିଁ । ବିଜେପି ସହଯୋଗୀ ଅକାଳୀ ଦଳ ବିରୋଧୀଙ୍କ ସହ ସ୍ୱର ମିଳାଇଛି । ଯାହା ବିଜେପିର ଚିନ୍ତା ବଢ଼ାଇଛି । ତେଣୁ ସଂସଦରେ ବିଲ ପାସ କରିବାକୁ ଆଞ୍ଚଳିକ ଦଳ ଗୁଡ଼ିକର ସମର୍ଥନ ବିଜେପି ସରକାର ପାଇଁ ଜରୁରୀ ।

ବିଶେଷ କରି ରାଜ୍ୟ ସଭାରେ ବିଜେଡି ଭଳି ଆଞ୍ଚଳିକ ଦଳ ଗୁଡ଼ିକର ସମର୍ଥନ ଆବଶ୍ୟକ । ସେଥିପାଇଁ ଆଞ୍ଚଳିକ ଦଳ ଗୁଡ଼ିକ ଉପରେ ଚାପ ପକାଇବାକୁ ବିଜେପି ଆରମ୍ଭ କରିଛି ପ୍ରେସର ଷ୍ଟ୍ରାଟେଜୀ । ତଦନୁଯାୟୀ ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଇଛି । ବିଜେଡି ସଂଗଠନରେ ବେଶ ପ୍ରଭାବ ରଖୁଥିବା ଦେବୀ ମିଶ୍ରଙ୍କୁ ଟାର୍ଗେଟ କରି ବିଜେଡିକୁ ନାଲିଆଖି ଦେଖାଇଛି ବିଜେପି । ବିଜେଡି ରାଜ୍ୟ ସଭାରେ କିଛି ବ୍ୟତିକ୍ରମ କଲେ, ସିବିଆଇର ରେଡ ଆଗକୁ ଅଧିକ ବ୍ୟାପକ କରାଯିବ ବୋଲି ଏକପ୍ରକାର ଚେତାବନୀ ମିଳିଛି ବିଜେଡିକୁ ।

କେବଳ ସେତିକି ନୁହେଁ, ପୂର୍ବରୁ ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗକୁ ନେଇ ବିଜେପି ରାସ୍ତାକୁ ଓହ୍ଲାଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରି ବିଜେପି ବିଜେଡି ଉପରେ ଚାପ ବଢ଼ାଇଥିବା ବେଳେ ଏବେ ସିବିଆଇ ରେଡର ନାଟକ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼