Masthead

ଥାନା ଭିତରେ ଅଭିଯୋଗକାରୀଙ୍କୁ ଆକ୍ରମଣ

ରେମୁଣା (ବଡ଼ ଖବର ବ୍ୟୁରୋ): ଥାନା ଭିତରେ ପଶି ଅଭିଯୋଗକାରୀଙ୍କୁ ଆକ୍ରମଣ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରେମୁଣା ଥାନାରେ । ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ। ପୋଲିସ ବର୍ତ୍ତମାନ ଆକ୍ସନ ମୁଡ଼ରେ । ଉକ୍ତ ଘଟଣାରେ ସଂପୃକ୍ତ ମୋଟ ୩୧ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ମୋଟ ୩୧ ଜଣଙ୍କ ନାମ ରହିଥିବା ବେଳେ ପୋଲିସ ଚାରିଆଡେ ନାକାବନ୍ଦୀ କରିଛି ।

ସୂଚନା ଅନୁସାରେ, ନୀଳଗିରି ଏସଡିପିଓ ଶ୍ରୀ ରିତେଶ ଏହାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଗିରିଧାରୀ ଦାସ ଓ ତାର ଅନ୍ୟ ସହଯୋଗୀକୁ ଗିରଫ କରିବାରେ ସବୁପ୍ରକାର ଯୋଜନା ଚଳାଇଛି ପୋଲିସ । କାଳେ ଅଭିଯୁକ୍ତମାନେ ବାଲେଶ୍ବରରୁ କୁଆଡେ ଫେରାର ହୋଇଯିବେ ସେଥିପାଇଁ ବସଷ୍ଟାଣ୍ଡ ଓ ଷ୍ଟେସନରେ ନାକାବନ୍ଦୀ କରାଯାଇଥିବା ଜଣାପଡ଼ିଛି। ଶୁକ୍ରବାର ରାତି ସାଢ଼େ ୧୧ଟା ହେବ। ଆକ୍ରମଣର ଶିକାର ହୋଇଥିବା ଏକ ପରିବାର ଥାନାରେ ଅଭିଯୋଗ ପାଇଁ ଆସିଥିଲେ।

ଏହି ସମୟରେ ହଠାତ ଶତାଧିକ ଲୋକ ବାଇକ ରାଲିରେ ହାତରେ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଧରି ଥାନା ଭିତରକୁ ପଶିଲେ। ଆଉ କେହି କିଛି ବୁଝିବା ପୂର୍ବରୁ ସେମାନେ ଗେଟ୍‌ ଭଙ୍ଗାରୁଜା କରିବା ସହ ଥାନା ବୋର୍ଡ ଭାଙ୍ଗିଲେ। ଆଇଆଇସି ଓ ଥାନା କର୍ମଚାରୀଙ୍କ ସାମ୍ନାରେ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ