Masthead

କାହାପାଇଁ କ’ଣ କଟକଣା

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ):ରାଜ୍ୟ ବାହାରକୁ ଗଡ଼ିବନି ବସ । ଆନ୍ତଃରାଜ୍ୟ ବସଚଳାଚଳ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ସହ ଆନ୍ତଃରାଜ୍ୟ ବସଚଳାଚଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  ଏନେଇ ସୂଚନା ଦେଇଛନ୍ତି । ତେବେ ରାଜ୍ୟ ଭିତରେ ବସ ଚଳାଚଳ କରିପାରିବ । ବସ ଗୁଡିକରେ ସିଟ ସଂଖ୍ୟକ ଯାତ୍ରୀ ଯାଇପରିବେ । କୌଣଷି ଯାତ୍ରୀଙ୍କୁ ଛିଡା କରାଇ ନେଇପାରିବେନି ବସ କର୍ମଚାରୀ । ସେହିଭଳି ଟ୍ୟାକ୍ସି ଓ ଅଟୋରିକ୍ସା ସର୍ବାଧିକ ଦୁଇଜଣ ଯାତ୍ରୀ ଯିବାଅସିବା କରିପାରିବେ ।

ଏଥିସହିତ ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକରେ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ରଜନୈତିକ, ଧାର୍ମିକ ଓ ସାଂସ୍କୁୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ମନ୍ଦିର ଭିତରେ ଯଥାରୀତି କାର୍ଯ୍ୟ ଚାଲିବ, କିନ୍ତୁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି । ଦୋକାନ ବଜାରରେ ପୂର୍ବଭଳି କଟକଣା ଜାରିରହିବ । ବ୍ୟାରିକେଟ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ କୋଭିଡ କଟକଣାର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପଟେ ଯାତ୍ରା ଓ ସିନେମା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସିନେମା ହଲ ଗୁଡିକରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ତେବେ ଏକ ହଜାର ଲୋକଙ୍କୁ ନେଇ ଯାତ୍ରା ଚାଲିପରିବ ବୋଲି କୁହାଯାଇଛି । ଜିଲ୍ଲାପାଳମାନେ ସ୍ଥିତି ଦେଖି ଏନେଇ ଅନୁମତି ଦେଇପାରିବେ । ମାଙ୍ଗଳିକ କାର୍ଯ୍ୟ ଓ ଶୁଦ୍ଧିକ୍ରିୟାରେ ମଧ୍ୟ ଲାଗିଛି କଟକଣା । ସର୍ବାଧିକ ୫୦ଜଣ ବାହାଘରରେ ସାମିଲ ହୋଇପାରିବେ । ସେହିପରି ସୁଦ୍ଧିକ୍ରିୟାରେ ସର୍ବାଧିକ ୨୦ଜଣ ଉପସ୍ଥିତ ରହିପାରିବେ । ହୋଟେଲ, ବାର ଓ ରେସ୍ତୋରାଁରେ ୫୦ପ୍ରତିଶତ ଗ୍ରାହକ ବସି ଖାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ