Masthead

ବେଡ ନାହିଁ, ଅକ୍ସିଜେନ ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡରାଇଲାଣି କରୋନା । କରୋନାରେ କବଳରେ ଏବେ ସମଗ୍ର ବିଶ୍ୱ । ଟିକାର ଅଭାବକୁ ନେଇ ପ୍ରଥମେ ରାଜ୍ୟମାନେ ଅଭିଯୋଗ କରୁଥିଲେ । କିନ୍ତୁ ଏବେ ଡାକ୍ତରଖାନାରେ ବେଡ, ଔଷଧ ଏବଂ ଏପରିକି ଅକ୍ସିଜେନର ଅଭାବ ହାହା କାର ପରିସ୍ଥିତି ସୃଷ୍ଟି କଲାଣି । ଭୀଷଣ ରୂପ ନେଲାଣି କରୋନା । ରାଜ୍ୟ , ଦେଶ ଓ ବିଶ୍ୱରେ ସାଂଘାତିକ ରୂପ ଧାରଣା କରିବାରେ ଲାଗିଛି ଏହି ମାରାତ୍ମକ ଭୂତାଣୁ ।

ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢିବାରେ ଲାଗିଛି । ସବୁଠାରୁ ବଡ ଚିନ୍ତାର ବିଷୟ ପାଲଟିଛି କରୋନା ରୋଗୀମାନଙ୍କ ପାଇଁ ଚିକିତ୍ସା ସାମଗ୍ରୀର ଘୋର ଅଭାବ । ଟିକାର ଅଭାବକୁ ନେଇ ପ୍ରଥମେ ରାଜ୍ୟମାନେ ଅଭିଯୋଗ କରୁଥିଲେ । କିନ୍ତୁ ଏବେ ଡାକ୍ତରଖାନାରେ ବେଡ, ଔଷଧ ଏବଂ ଏପରିକି ଅକ୍ସିଜେନର ଅଭାବ ହାହା କାର ପରିସ୍ଥିିତି ସୃଷ୍ଟି କଲାଣି । ଗୁରୁତ୍ତର ରୋଗୀଙ୍କୁ ମେଡିକାଲରେ ବେଡ ମିଳୁନି । ଗୋଟିଏ ପରେ ଗୋଟିଏ ମେଡିକାଲ ବୁଲୁଛନ୍ତି ରୋଗୀ । କିନ୍ତୁ ନିରାଶ ଛଡା କିଛି ମିଳୁନି । ଏଥିରୁ ବାଦ ପଡୁନାହାନ୍ତି ନେତା ଏବଂ ଆଇଏଏସ ଅଧିକାରୀ ।

ଯେଉଁ ମାନଙ୍କୁ ବେଡ ମିଲୁଛି ସେମାନଙ୍କୁ ଅକ୍ସିଜେନମିଳୁନି । ମହାରାଷ୍ଟ୍ର , ଦିଲ୍ଲୀ, ୟୁପି, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସ୍ଥିତି ଗମ୍ବୀର ହେବାରେ ଲାଗିଲାଣି । ମଧ୍ୟପ୍ରଦେଶରେ ଅକ୍ସିଜେନ ଅଭାବରେ ଗଲାଣି ୬ ଜଣଙ୍କ ପ୍ରାଣ । ଗୋଟିଏ ଶଯ୍ୟାରେ ପଡିରହିଛନ୍ତି ଏକାଧିକ ରୋଗୀ । କେବଳ ସେତିକି ନୁହେଁ ଶବ ସକ୍ରାର ପାଇଁ ବି ଲମ୍ବା ଲାଇନ ଲାଗୁଛି । ମହାରାଷ୍ଟ୍ର, ଦିଲ୍ଲୀ , ରାଜସ୍ଥାନ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟରେ ଟିକା ବେଡ, ଏବଂ ଅକ୍ସିଜେନ ଆଦିର ଘୋର ଅଭାବ ଦେଖାଦେଇଛି । ଶ୍ମଶାନରେ ଶେଷକୃତ୍ୟ ପାଇଁ ଘଣ୍ଟା ଘଣ୍ଟା ଧରି ଶବକୁ ଅପେକ୍ଷା କରିବାକୁ ପଡୁଛି । ମଧ୍ୟପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ ମଧ୍ୟ ଗତକାଲି ରାତିରେ ଅକ୍ସିଜେନ ଅଭାବରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ମହାରାଷ୍ଟ୍ର ଓ ଗୁଜୁରାଟରେ ମଧ୍ୟ ସମାନ ପରିସ୍ଥିତି । କରୋନାରେ ଆକ୍ରାନ୍ତ ପରେ ଚିକିତ୍ସା ପାଇଁ ଏବେ ବଢୁଛି ଚିନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି