Masthead

ନାଗା ସାଧୁଙ୍କୁ ଜାମିନ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଜାମିନ୍ ପାଇଲେ ନାଗାସାଧୁ । ନାଗାସାଧୁ ବୈଷ୍ଣବପୁରୀଙ୍କୁ ମିଳିଲା ଜାମିନ୍ । ଜଣେ ଜାମିନଦାର ଓ ୫୦ ହଜାର ଟଙ୍କାରେ ଜାମିନ୍ ପାଇଛନ୍ତି ନାଗାସାଧୁ । ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ରୋହିଣୀକୁଣ୍ଡକୁ ମନ୍ଦିର ପ୍ରଶାସନ ଭକ୍ତଙ୍କଠାରୁ ଦୂରେଇ ରଖିଥିଲା । ଏହାକୁ ଘୋଡା ଯାଇଥିଲା । ନାଗାସାଧୁ ଭକ୍ତଙ୍କ ପାଇଁ ମାର୍ଚ୍ଚ ୧୪ତାରିଖରେ ରୋହିଣୀକୁଣ୍ଡ ଖୋଲିଦେଇଥିଲେ । ଏହା ଥିଲା ତାଙ୍କର ବଡ଼ ଅପରାଧ । ମନ୍ଦିର ସୁରକ୍ଷାକର୍ମୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗାଈଗୋରୁ ଭଳି ମାଡମାରିଥିଲେ ।

ପୋଲିସ ଭୁଲିଯାଇଥିଲା ମାନବିକତା । ପରେ ଗୁରୁତର ସାଧୁଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ସାମାନ୍ୟ ସୁସ୍ଥ ହୋଇଛନ୍ତି କି ନାହିଁ ଡକାୟତ ଭଳି ବ୍ୟବହାର କରିଥିଲା ପୋଲିସ । କୋର୍ଟରେ ହାଜର କରାଇ ପୁରୀ ଜେଲକୁ ପଠାଇଦେଇଥିଲା । ସରକାରଙ୍କ ବିରୋଧରେ ମୁହଁ ଖୋଲିବାରୁ ପୋଲିସ ତାଙ୍କୁ ପୁରୀରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରିଥିଲା । ତଥାପି ସାଧୁ ସରକାରଙ୍କ ଅନ୍ୟାୟ ବିରୋଧରେ ଚୁପ୍ ରହିଲେ ନାହିଁ । ପୋଲିସର ପୋଲ ଖୋଲିଦେବାରୁ ସାଧୁଙ୍କୁ ପାଗଳ ସଜାଇବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି । ସାଧୁଙ୍କୁ କଟକ ଏସସିବିର ମେଣ୍ଟାଲ ୱାର୍ଡରେ ଭର୍ତ୍ତି କରାଯାଇଛି । ସେମବାର ପୁରୀ ଏସଡିଜେଏମ୍ ଅପୂର୍ବା ଚୌଧୁରୀ ନାଗାସାଧୁଙ୍କୁ ଜାମିନ୍ ମଞ୍ଜୁର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ