Masthead

ପେଟ ପାଇଁ ସରିଗଲା ଜୀବନର ନାଟକ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ପେଟପାଟଣା ପାଇଁ ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରୁ ଲକ୍ଷଲକ୍ଷ ଲୋକ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ସେଠାରେ କିଏ ନିର୍ଯାତନାର ଶିକାର ହେଉଛି ତ ଆଉ କାହାର ମୃତଦେହ ଘରକୁ ଫେରୁଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୋକେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। କାରଣ ଜିଲ୍ଲାରେ ଶ୍ରମିକଙ୍କୁ କାମ ଯୋଗାଇ ପାରୁନଥିବାରୁ ଲୋକେ ଦାଦନ ଯାଉଛନ୍ତି। ଦୁର୍ଘଟଣାରେ ୬ ଜଣ ଦାଦନ ଶ୍ରମିକଙ୍କ ଜୀବନ ଯାଇଛି। ପେଟ ପାଇଁ ସରିଗଲା ଜୀବନର ନାଟକ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇଥିଲେ ବଲାଙ୍ଗିର ଜିଲ୍ଲାର ଦାଦନ ଶ୍ରମିକ।

୪ ରୁ ୫ ମାସ ଆରାମରେ କାମ କଲେ।  ସୋମବାର ହାଇଦ୍ରାବାଦର ସମଦାବାଦ ଠାରେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେଠାରେ ୬ ଜଣଙ୍କ ଜୀବନ ଯିବା ସହ ଅନେକ ଶ୍ରମିକ ଟ୍ରକରୁ ଛିଟିକି ପଡ଼ିଥିଲେ। ସୋମବାର ସପ୍ତାହ ଶେଷ ପରେ ପାରିଶ୍ରମିକ ପାଇଥିଲେ। ଏହାପରେ ସମସ୍ତେ ପନିପରିବା କିଣିବାକୁ ବଜାରକୁ ଯାଇଥିଲେ। ଭାଗ୍ୟର ବିଡମ୍ବନା, ଟ୍ରକରେ ଫେରୁଥିବା ବେଳେ ରାସ୍ତାରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ହାଇଦ୍ରାବାଦର ସମଦାବାଦ ପଟୁ ଦୃତ ଗତିରେ ଆସୁଥିବା ଏକ କାରକୁ ବଞ୍ଚାଇବାକୁ ଯାଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣ ଶ୍ରମିକ ମୃତ୍ୟୁବରଣ କରିବା ଶହ ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି।

ମୃତକ ମାନେ ସଇଁତଳା ଓ ମୁରିବାହାଲ ଅଞ୍ଚଳର ବୋଲି ଜଣା ପଡିଛି। ଏଥିରେ ସଇଁତଳା ଡୁକେରଚଚରା ଗାଁର ଗୋପାଳ ଦିପଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏ ଦୁଃଖଦ ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ଦାଦନ ଖଟି ଯାଇଥାନ୍ତି। ସ୍ଥାନୀୟ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଦେବାରେ ପ୍ରଶାସନ ଫେଲ ମାରିଥିବାରୁ ବାହାର ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି।

ଏପରିକି ଗତ ୫ ମାସ ହେଲା କାନୁଟ ଗାଁର ଜଣେ ସର୍ଦ୍ଦାର ସଇଁତଳା ଓ ମୁରିବାହାଲ ଅଞ୍ଚଳର କିଛି ଶ୍ରମିକଙ୍କୁ ହାଇଦ୍ରାବାଦ ନେଇଥିଲା। ସେଠାରେ ଇଟା ଭାଟିରେ ସମସ୍ତେ କାମ କରୁଥିଲେ। ସୋମବାର ସଡ଼କ ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ କିଛି ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏପଟେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟରେ ତାଲା ପଡିଥିବାରୁ ଯୋଗାଯୋଗ କରିବା ସମ୍ଭବ ହୋଇପାରିନାହିଁ। ସେପଟେ ଶ୍ରମ ମନ୍ତ୍ରୀ ଶୁଶାନ୍ତ ସିଂହ କହିଛନ୍ତି, ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ପାଇଁ ପଦକ୍ଷେପ ନିଆଯିବ। ଦାନା ପାଇଁ ଦାଦନ ଗଲେ। କିନ୍ତୁ ପେଟକୁ ଦାନା ଯୋଗାଡ କରୁ କରୁ ଚାଲିଗଲା ୬ ଅମୂଲ୍ୟ ଜୀବନ। ସେଠାରେ ମୃତଦେହର ଶେଷ ସଂସ୍କାର କରାଯାଇଛି। ଜୀବିତ ଅବସ୍ଥାରେ ତ ନୁହଁ ମୃତଦେହ ମଧ୍ୟ ଘରକୁ ଫେରିଲା ନାହିଁ। ତେଣୁ ମୃତ ଶ୍ରମିକଙ୍କ ପରିବାରକୁ ସରକାର ସହାୟତା ପ୍ରଦାନ କରିବା ନିହାତି ଜରୁରୀ ହୋଇପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ