ରକ୍ତ ସର୍ମ୍ପକରେ ଫାଟ: ମା’ ମୁହଁରେ ନିଆଁ ଦେବାକୁ ମନା କଲା ପୁଅ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ମା’ ମୁହଁରେ ନିଆଁ ଦେବାକୁ ମନା କଲା ପୁଅ। ଯେଉଁ ମା’ ଦଶ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ଶେଷରେ ସେହି ମା’ ମୁହଁକୁ ଅନାଇଲା ନାହିଁ ପୁଅ । ମା’ ଆଖି ବୁଜିବା ପରେ ବି କାନ୍ଧ ଦେବାକୁ ବି ମନା କରିଦେଲା। ମହିଳାଙ୍କ ମୃତ୍ୟୁପରେ ମିଳିଲାନି ଚାରିକାନ୍ଧ । ଏଭଳି କରୁଣ କାହାଣୀ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ ।

କରୋନା ସନ୍ଦେହରେ ମା’କୁ ହତାଦାର କରିଥିବା । ବଡ଼ ପୁଅ ବଞ୍ଚି ଥାଉ ଥାଉ ମା’ ମୁହଁରେ ନିଆଁ ଦେବାକୁ ମନା କରିବାରୁ ସାନ ପୁଅ କିଛି ସ୍ୱେଚ୍ଛାସେବୀଙ୍କ ସହାୟତରେ ମା’ର ଶେଷକୃତ ସମ୍ପନ୍ନ କରିଛି। ଏପରି ଅମାନବୀୟ, ହୃଦୟ ବିଦାରକ ଘଟଣା ସମ୍ବଲପୁର ଚିପିଲିମାରେ ଘଟିଛି। ସମ୍ବଲପୁର ଚିପିଲିମା ଅଞ୍ଚଳର ଜଣେ ମହିଳା କିଛି ଦିନ ହେଲା ଜ୍ୱରରେ ଆକ୍ରାନ୍ତ ଥିଲେ। ଏହାପରେ ସେ ଆଖି ବୁଜିଲେ। ହେଲେ ମୃତ୍ୟୁ ପରେ ମୁହଁ ମୋଡ଼ି ଦେଲା ବଡ଼ପୁଅ ।

ମହିଳାଙ୍କ ମୃତଦେହକୁ ଛୁଇଁଲାନି ତାଙ୍କ ବଡ଼ ପୁଅ । ସଂକ୍ରମଣ ଆଶଙ୍କାରେ ମା’ଠୁ ଦୂରେଇ ଗଲା ପୁଅ। ନିଜ ପୁଅ ଦୂରେଇ ଯିବାରୁ ସାହିପଡ଼ିଶା ବି ଅନାଇଲେ ନାହିଁ। ଫଳରେ ମୃତଦେହ ଉଠାଇବାକୁ ଚାରି କାନ୍ଧ ମିଳିଲା ନାହିଁ। ଶେଷରେ ମରିବା ପରେ ମା’ର ମୃତଦେହ ହତାଦାର ହେଉଥିବା ଦେଖି ସହିପାରିଲାନି ସାନ ପୁଅ। ଏହାପରେ କିଛି ସ୍ୱେଚ୍ଛାସେବୀଙ୍କ ଏକ ଟ୍ରଲିରେ ମୃତଦେହକୁ ଶ୍ମଶାନ ନେବାକୁ ପଡ଼ିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ