Masthead

ପଞ୍ଜାବରେ ସ୍ଥିତି ଅଣାୟତ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ପଞ୍ଜାବରେ କରୋନା ସ୍ଥିତି ମଧ୍ୟ ଅଣାୟତ । ଅମୃତସରର ନୀଳକଣ୍ଠ ହସପିଟାଲରେ ଅକ୍ସିଜେନ୍ ଅଭାବରୁ ୫କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ହସ୍ପିଟାଲରେ ୪୮ଘଣ୍ଟା ହେବ ଅକ୍ସିଜେନ୍ ନଥିବାରୁ ରୋଗୀସେବା ଗୁରୁତର ପ୍ରଭାବିତ ହେଉଛି । ଡାକ୍ତରଖାନା କର୍ତ୍ତୃପକ୍ଷ ନୂଆ ରୋଗୀଙ୍କୁ ଗ୍ରହଣ କରୁନଥିବା ବେଳେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ ପରାମର୍ଶ ଦେଉଛନ୍ତି । ଅକ୍ସିଜେନ୍ ଯୋଗାଇଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରିଥିଲେ । ସରକାରୀ ଡାକ୍ତରଖାନାକୁ ପ୍ରଥମେ ଅକ୍ସିଜେନ୍ ଦିଆଯିବ ପରେ ଘରୋଇ ଡାକ୍ତରଖାନାକୁ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯିବା ପରେ ନୀଳକଣ୍ଠ ହସପିଟାଲ କର୍ତ୍ତୃପକ୍ଷ ମୁଣ୍ଡରେ ହାତଦେଇ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ