Masthead

ଶବକୁ ଛୁଇଁଲେନି ପରିବାର, ମେଡିକାଲ ଟିମ କଲେ ଶବସତ୍କାର

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ଛତିଶଗଡ ଫେରନ୍ତା ଯୁବକ ମୃତ । ଶବକୁ ପରିବାର ନଛୁଇବାରୁ ନବରଙ୍ଗପୁର ମେଡିକାଲ ଟିମ ଶବ ସତ୍କାର କରିଥିଲେ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ମୈଦଲପୁର ଗ୍ରାମର କମର୍ଲ ସାହିର ନରେନ୍ଦ୍ର କମଲ ସ୍ତ୍ରୀଙ୍କ ସହ ୬ତାରିଖରେ ଛତିଶଗଡରେ ରହୁଥିବା ନିଜ ଶଶୁର ଘରକୁ ଯାଇଥିଲେ ।

ନରେନ୍ଦ୍ର ୮ ତାରିଖରେ ଘରକୁ ଏକା ଫେରିଥିଲେ । ସେ ଜ୍ୱରରେ ଆକ୍ରାନ୍ତଥିବାରୁ କୋଭିଡ ପରୀକ୍ଷା କରିଥିଲେ । କରୋନା ସଂକ୍ରମିତ ବୋଲି ଜଣାପଡିବା ପରେ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶ କ୍ରମେ ସଙ୍ଗରୋଧରେ ରହିଥିଲେ । ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିବା ପୂର୍ବରୁ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ନରେନ୍ଦ୍ରଙ୍କ ମୃତ୍ୟୁପରେ ପରିବାର ଲୋକେ ଶବକୁ ନଛୁଇବାରୁ ନବରଙ୍ଗପୁର ମେଡିକାଲ ଟିମ ମୈଦଲପୁରକୁ ଆସି ପିପିଇ କୀଟ ପରିଧାନ କରି ଶବ ସତ୍କାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ