Masthead

ସଞ୍ଜୀବନି ବଦଳରେ ମିଳୁଛି ସାଲାଇନ

ଗାଜିଆବାଦ (ବଡ଼ ଖବର ବ୍ୟୁରୋ): କାୟା ମେଲାଇ ଚାଲିଛି କରୋନା । କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏଭଳି ସ୍ଥିତିରେ ରୋଗୀଙ୍କ ପାଇଁ ସଞ୍ଜୀବନି ସାଜିଥିବା ରେମଡେସିଭିର ଇଞ୍ଜେକ୍ସନର ନକଲି କାରବାର ବଢିବାରେ ଲାଗିଛି । ରେମଡେସିଭିର ଇଞ୍ଜେକସନ ବଦଳରେ ରହିଛି ସାଲାଇନ ପାଣି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସୁଭାର୍ତି ମେଡିକାଲ କଲେଜରେ । ଏହି ଚୋରି ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡିଛି । ଗାଜିଆବାଦର ଶୋଭିତ ଜୈନ ନାମକ ଯୁବକକୁ ସୁଭାର୍ତି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥିଲେ । କର୍ମଚାରୀମାନେ ଶୋଭିତଙ୍କୁ ଦେଇଥିଲେ ରେମଡେସିଭିର ଇଞ୍ଜେକସନ । ମାତ୍ର ଇଞ୍ଜେକସନ ବଦଳରେ ଶୋଭିତଙ୍କୁ ଡିସଟିଲ ୱାଟର ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଦୁଇ ୱାର୍ଡ କର୍ମଚାରୀ ଅସ୍ୱିକାର କରିଥିଲେ । ଏହି ମାମଲାର ଖୋଳତାଡ କରିବା ପରେ ଜଣା ପଡିଥିଲା କି କର୍ମଚାରୀମାନେ ରେମଡେସିଭିର ଇଞ୍ଜେକ୍ସନକୁ ୨୫ ହଜାର ଟଙ୍କାରେ ବିକ୍ରୀ କରାଯାଉଥିବା ନେଇ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ହସ୍ପିଟାଲ ଟ୍ରଷ୍ଟି ଅତୁଲ ଭଟ୍ଟନାଗର ଓ ତାଙ୍କ ପୁଅ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି