Masthead

ବିଦାୟ ସାଥୀ ଅମଜାଦ.. ଚିର ବିଦାୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଦୁନିଆକୁ ଅଲବିଦା କହିଛନ୍ତି ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହା । କୋଭିଡ ଯୁଦ୍ଧରେ ହାରି ଯାଇଛନ୍ତି ଅମଜାଦ୍ । କିଛି ଦିନ ତଳେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିିଲା । ସ୍ଥିତି ବିଗଡିବାରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସମସ୍ତଙ୍କୁ ଦୁଃଖ ଦେଇ ଅଲବିଦା କହିଛନ୍ତି ଅମଜାଦ । ଆଇଆଇଏମସି ଢେଙ୍କାନାଳରେ ପ୍ରଶିକ୍ଷଣ ପରେ ୨୦୦୫ରେ ଇଟିଭିରେ ସାମ୍ବାଦିକତାର କ୍ୟାରିୟର ଆଗକୁ ବଢାଇଥିଲେ ସେ । ଏହାପରେ ଅନ୍ୟାନ୍ୟ ଟିଭିି ଚ୍ୟାନେଲ ଓ ପତ୍ରପତ୍ରିକା ସହ ଯୋଡି ହୋଇଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇଥାଏ । ଅତ୍ୟନ୍ତ ଜ୍ଞାନୀ, ରିସର୍ଚ୍ଚ ଓରିଏଣ୍ଟେଡ ସାମ୍ବାଦିକ ଭାବର ତାଙ୍କର ପ୍ରସିଦ୍ଧି ଥିଲା । ପରିବେଶ ସୁରକ୍ଷା ସଂପର୍କିତ ତାଙ୍କର ଅନେକ ଆର୍ଟିକିଲ ଜାତୀୟ ପତ୍ରିକା ଡାଉନ ଟୁ ଆର୍ଥରେ ପ୍ରକାଶ ପାଇଛି । ଡେଭଲପମେଣ୍ଟାଲ ରିପୋର୍ଟିଂରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଗୁଗୁଲ ନ୍ୟୁଜ ଇନିସିଏଟିଭର ପୋଲ ଚେକ୍ କାର୍ଯ୍ୟକ୍ରମରେ ମିଡିଆ ସଂସ୍ଥାର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ ଅମଜାଦ । ଏବେ ସେ ଦି ସୋସିଓକ୍ରାଟ ଓ ଏନଏଫଟିଭିର କନସଲଟିଂ ସମ୍ପାଦକ ଭାବେ ଦାୟିତ୍ବ ତୁଲାଉଥିଲେ । ସାମ୍ପ୍ରଦାୟିକ ସଦଭାବନାର ବଡ଼ ଉଦାହରଣ ସୃଷ୍ଟି କରିଛି ଅମଜାଦଙ୍କ ପରିବାର । ଝାରସୁଗୁଡାର ରେମାଣ୍ଡ ଗାଁରେ ଆୟୋଜିତ ରଥଯାତ୍ରାରେ ଅମଜାଦଙ୍କ ପରିବାରର ମୁଖ୍ୟ ସଦସ୍ୟ ଛେରା ପହଁରା କରନ୍ତି । ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ମନେ ରହିବେ ଅମଜାଦ ବାଦଶାହା । କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ୨ ସାମ୍ବାଦିକଙ୍କ ଜୀବନ ନେଇଥିଲା କରୋନା । ଏବେ ଆଉ ଜଣଙ୍କ ଜୀବନ ଯାଇଛି । ଖୁବ୍ କମ୍ ବୟସରେ ଅମଜାଦଙ୍କ ବିୟୋଗ ଓଡ଼ିଶା ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି । କେବଳ ଏତିକି ନୁହେଁ, ତାଙ୍କ ପରଲୋକ ସହ ୨ କୁନି ଜୀବନ ମଧ୍ୟ ଅନାଥ ହୋଇଯାଇଛି । ଏପ୍ରିଲ ୭ରେ ସେ ପଜିଟିଭ ହୋଇଥିବାର ଖବର ଦେଇଥିଲେ । ଏପ୍ରିଲ ୪ରେ ତାଙ୍କ କୁନି ପୁଅକୁ ୪୫ ଦିନ ପୂରିଥିଲା ବୋଲି ଫେସବୁକରେ ପୋଷ୍ଟ କରିଥିଲେ । ଏଭଳି ଦୁଃଖ ସମୟରେ ଈଶ୍ବର ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ । ବଡ଼ ଖବର ପରିବାର ପକ୍ଷରୁ ସାଥୀ ଅମଜାଦ ବାଦଶାହାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ