Masthead

ବନ୍ଧୁତ୍ୱର ପରିଚୟ ଦେଲା ଆମେରିକା, ପଠାଇଲା ଅକ୍ସିଜେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାକୁ ନେଇ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ବିଚଳିତ କରିଛି । ଭାରତର ସଙ୍କଟ ସମୟରେ ଆମେରିକା ସହଯୋଗର ହାତ ବଢାଇବାକୁ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ବାଇଡେନ୍ ଘୋଷଣା କରିଛନ୍ତି । ଭାରତକୁ ସହାୟତା କରିବା ପାଇଁ ଆମେରିକା ପ୍ରତିଶ୍ରୁତିବନ୍ଧ ବୋଲି ବାଇଡେନ୍ ସ୍ପଷ୍ଟ କରିଛନ୍ତି । ଟ୍ୱିଟରରେ ହ୍ୱାଇଟହାଉସ୍ ପକ୍ଷରୁ କୁହାଯାଇଛି, ୨୦୨୧ରେ ଆମେରିକା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଙ୍କଟଜନକ ସ୍ଥିତିର ସମ୍ମୁଖୀନ ହୋଇଥିଲା ।

ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଭାରତ ସରକାର ୫୦ନିୟୁତ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଟାବଲେଟ୍ ପଠାଇଥିଲା । ଆମେରିକାର ସଙ୍କଟ ସମୟରେ ଭାରତ ସହଯୋଗର ହାତ ବଢାଇ ପ୍ରକୃତ ବନ୍ଧୁର ପରିଚୟ ଦେଇଥିଲା । ଭାରତକୁ ସହଯୋଗ କରିବାର ବର୍ତ୍ତମାନ ସମୟ ଆସିଛି ବୋଲି ବାଇଡେନ୍ କହିଛନ୍ତି ।

ବାଇଡେନ୍ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସୋମବାର ୫ଶହ ଟନ୍ ଅକ୍ସିଜେନ୍ ୩୦୦ କଣ୍ଟେନରେ ଭର୍ତ୍ତି କରି ଆମେରିକା ଭାରତକୁ ପଠାଇଛି । ଇଣ୍ଡିଆନ୍ ଏୟାର ଲାଇନ୍ସର ଏ-୧୨୦ ବିମାନ ସୋମବାର ଭାରତ ଅଭିମୁଖେ ଉଡାଣ ଭରିଛି । ଆମେରିକାର ଜନ୍ ଏଫ୍ କେନେଡି ବିମାନବନ୍ଦରରୁ ଭାରତ ଅଭିମୁଖେ ଉଡାଣ ଭରିଛି ଅକ୍ସିଜେନ୍ ବୋଝେଇ ବିମାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼