Masthead

ପଜିଟିଭ ପତ୍ନୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା

ପାଟନା (ବଡ଼ ଖବର ବ୍ୟୁରୋ): କରୋନା ଆକ୍ରାନ୍ତ ପତ୍ନୀଙ୍କୁ ହତ୍ୟା କରି ଷ୍ଟେସନ ମାଷ୍ଟରଙ୍କ ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାର ନାଗର ପୋଲିସ ଷ୍ଟେସନ ଅଧୀନ ଚିତ୍ରାଗୁପ୍ତ ନାଗର ଅଞ୍ଚଳରେ । ମହିଳା ଜଣକ କିଛିଦିନ ହେବ ଅସୁସ୍ଥ ହୋଇଥିଲେ। ଅସୁସ୍ଥ ହେବା ପରେ ତାଙ୍କ ସ୍ୱାମୀ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ରିପୋର୍ଟରେ କରୋନା ପଜିଟିଭ୍ ମିଳିବା ପରେ ସ୍ୱାମୀ ଟେନସନରେ ଥିଲେ ।

ରବିବାର ରାତିରେ କିଛି ବିଷୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିଥିଲା। ବୃତ୍ତିରେ ଷ୍ଟେସନ୍ ମାଷ୍ଟର ଥିବା ସ୍ୱାମୀ ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିଲେ । ପରେ ସେ ଘରର ଛାତରୁ ଡେଇଁପଡି ଥିଲେ । ପାଟନା ଜଙ୍କସନରେ ପୋଷ୍ଟମାଷ୍ଟର ଥିବା ବ୍ୟକ୍ତିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଷ୍ଟେସନ ମାଷ୍ଟର ତାଙ୍କ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ବେଳେ ପିଲାମାନେ ଚିକ୍ରାର କରିଥିଲେ । ପିଲାମାନଙ୍କ ଚିକ୍ରାର ଓ ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ଦେଖି ଷ୍ଟେସନ୍ ମାଷ୍ଟର ନିଜକୁ ଆୟତ୍ତରେ ରଖିପାରି ନଥିଲେ ।

ବାଧ୍ୟ ହୋଇ ସେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ । ଏ ସମ୍ପର୍କରେ ଖବର ପାଇ ଜାକାନପୁର, କଙ୍କାରବାଗ ଓ ନାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଷ୍ଟେସନ ମାଷ୍ଟରଙ୍କ ଘରକୁ ସିଲ୍ କରିଛି । ପୋଲିସ ପୂରା ମାମଲାର ତଦନ୍ତ ଆରମ୍ଭ କରିଛି। ପଡୋଶୀ ଏବଂ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା