Masthead

ସରକାରୀ ଯୋଜନା ହେଉଛି ବାଟବଣା

ବାଲେଶ୍ୱର (ବଡ ଖବର ବ୍ୟୁରୋ): ସରକାରୀ ଯୋଜନା କାହାପାଇଁ ।ସରକାର ଗରିବକଲ୍ୟାଣ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଯୋଜନାର ସୁଫଳ ପ୍ରକୁତ ହିତାଧିକାରୀ ପାଖରେ ପହଁଚୁନଥିବାର ଦେଖିବାକୁ ମିଳିଛି।ସରକାରୀ ଯୋଜନାରେ ପକ୍କାଘର ନପାଇ ଗୋଟିଏ ପରିବାରର ୯ ଜଣ ସଦସ୍ୟ ନୁଆଁଣିଆ ଝୁପୁଡି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ।ଏଠାରେ ପ୍ରଶ୍ନ ଉଠେ ସରକାରୀ ଯୋଜନା ତେବେ କାହା ପାଇଁ ।ବାଲିଆପାଳ ବ୍ଲକର ଅସ୍ତି ପଞ୍ଚାୟତ ବଢାପାଳ ଗ୍ରାମର ଝାଡେଶ୍ବର ପାତ୍ର ।ଚାରି ପୁଅ, ବହୁଙ୍କୁ ମିଶାଇ ମୋଟ ୯ଜଣ ପରିବାରର ସଦସ୍ୟ । ଝାଡେଶ୍ବର ଜଣେ ଦୀନମଜୁରିଆ ହୋଇଥିବା ବେଳେ,ଯେତିକି ଦୈନିକ ରୋଜଗାର କରନ୍ତି ସେତକ ପେଟପାଇଁ ନିୟଣ୍ଟ ।ତେବେ ତାଙ୍କପାଇଁ ପକ୍କାଘର କରିବା ସାତସପନ ।

ପକ୍କାଘର କରିନପାରି ବାଧ୍ୟହୋଇ ନୁଆଁଣିଆ ନଡାଛପର ଘରେ ଗୋଟିଏ ବଖରା ଘରେ ବାପା,ମା,ପୁଅ ଓ ବୋହୁ ଶୋଇବାପାଇଁ ବାଧ୍ୟ ହେଉଛନ୍ତି।ବାରମ୍ବାର ସରପଞ୍ଚ ଓ ବିଡିଓଙ୍କ ଠାରେ ପକ୍କାଘର ପାଇଁ ନିବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ଝାଡେଶ୍ବରଙ୍କ ପକ୍କାଘର ସ୍ବପ୍ନ ପୂରଣ ହୋଇନାହିଁ।ଆହୁରି ମଧ୍ୟ ଝାଡେଶ୍ବରଙ୍କ ଘର ସୁବର୍ଣରେଖା ନଦୀ ଅବବାହିକାରେ ଥିବାରୁ ସୁବର୍ଣ ରେଖାର ବନ୍ୟାପାଣି ପ୍ରଥମେ ତାଙ୍କ ଘରେ ପ୍ରବେଶ କରିବା ସହ ବେଘର୍ ହେବାକୁ ପଡିଥାଏ ।ଆହୁରି ମଧ୍ୟ ଖରା ବର୍ଷା ଓ ଶୀତ କାକରରେ ଛୋଟ ପିଲାମାନଙ୍କୁ ନେଇ ରହିବା ଅସୁବିଧା ହୋଇଥାଏ । ଏଣୁ ପ୍ରଶାସନ ଝାଡେଶ୍ବରଙ୍କୁ ତୁରନ୍ତ ପକ୍କାଘର ଯୋଗାଇ ଦେବାକୁ ସାଧାରଣରେ ଦାବି ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା