Masthead

ଶବକୁ ମିଳିଲାନି ଚାରିକାନ୍ଧ

ଖପ୍ରାଖୋଲ (ବଡ଼ ଖବର ବ୍ୟୁରୋ): କରୋନାର କରୁଣ ଚିତ୍ର । ଚାରିକାନ୍ଧ ଅଭାବରୁ ସାଇକଲରେ ବୁହାହେଲା ଶବ । କରୋନ ଛଡାଇ ନେଇଛି ସମ୍ପର୍କ । ରକ୍ତ ସଂପର୍କକୁ ବି ଅଲଗା କରିଦେଇଛି । କରୋନା ସଂକ୍ରମଣ ଭୟରେ ଚାରିକାନ୍ଧ ଅଭାବରୁ ଜଣେ ବୃଦ୍ଧାଙ୍କ ଶବକୁ ପୁଅ ସାଇକେଲରେ ବୋହିବାକୁ ବାଧ୍ୟ ହୋଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମରେ ।

ଭାଲୁଡୁଙ୍ଗୁରୀ ଗ୍ରାମର ଅଯୋଧ୍ୟା ସାହୁ କିଛିଦିନ ହେବ ଜ୍ୱରରେ ପୀଡିତ ଥିଲେ । ସୋମବାର ଡାକ୍ତରଖାନାରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା । ସେ ପଜିଟିଭ ଥିବା ଜଣା ପଡିଥିଲା । ତାଙ୍କୁ ଔଷଧ ଦେଇ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉପଯୁକ୍ତ ଚିକିତ୍ସା ନପାଇ ମଙ୍ଗଳବାର ସକାଳେ ଅଯୋଧ୍ୟାଙ୍କର ମୃତ୍ୟୁ ହୋଇଥିଲା ।

ସଂକ୍ରମଣ ଭୟରେ ପରିବାର, ଗ୍ରାମବାସୀ କେହି ପାଖମାଡି ନଥିଲେ । ଶେଷରେ ପୁଅ ଦାମୋଦର ପିପିଇକିଟ ପିନ୍ଧି ସାଇକେଲରେ ମାଆର ଶବକୁ ମଶାଣି ଭୁଇଁକୁ ନେଇଥିଲେ । ବୁଢା ବାପା ମକାରୁ ଶବ ପଛେ ପଛେ ମଶାଣି ପର୍ଯ୍ୟନ୍ତ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ