Masthead

ଦିଲ୍ଲୀରେ ସ୍ୱାସ୍ଥ୍ୟସେବାର ସ୍ଥିତି ଅତି ଗମ୍ଭୀର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ କୋଭିଡ ସ୍ଥିତି ଏବେ ମଧ୍ୟ ଜଟିଳ । ଚାରିଆଡେ ହା ହା କାର ପରିସ୍ଥିତି ଲାଗିରହିଛି ।  ଏ ହେଉଛି ସର୍ଦ୍ଦାର ପଟେଲ କୋଭିଡ କେୟାର ହସ୍ପିଟାଲର ଦୃଶ୍ୟ । ରୋଗୀଙ୍କ ତୁଳନାରେ ନାହିଁ ବେଡ, ଆଇସିୟୁ ଓ ଅକ୍ସିଜେନ୍ । ଏବେ ମଧ୍ୟ ଅକ୍ସିଜେନ୍ ସମସ୍ୟାର ସୁଧାର ଆସିନି । ଅକ୍ସିଜେନ୍ ଅଭାବରୁ ବହୁ ରୋଗୀ ଛଟପଟ ହେଉଛନ୍ତି ।

ଡାକ୍ତରଖାନା କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କ ଉପରେ ନିର୍ଭର କରି ହାତଯୋଡି ବସିଯାଇଛନ୍ତି । ରୋଗୀମାନେ ଡାକ୍ତରଖାନା ବାରଣ୍ଡାରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ତେଣେ ସର୍ମ୍ପୀୟମାନେ ରୋଗୀର ଭବିଷ୍ୟତ ଚିନ୍ତାରେ ଚିନ୍ତିତ । ସର୍ଦ୍ଦାର ପଟେଲ କୋଭିଡ କେୟାର ହସ୍ପିଟାଲ ସମସ୍ୟା ଭଳି ଲୋକନାୟକ କୋଭିଡ ହସ୍ପିଟାଲରେ ଲାଗିରହିଛି ସମସ୍ୟା । ଡାକ୍ତରଖାନାରେ ବେଡ ନଥିବାରୁ ଗାଡି ଭିତରେ ରୋଗୀଙ୍କୁ କରାଯାଉଛି ଚିକିତ୍ସା ।

ଆନୁସଙ୍ଗିକ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ଆତ୍ମୀୟମାନେ ରୋଗୀଙ୍କୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ନେଉଛନ୍ତି । ଉଭୟେ ରୋଗୀ ଓ ଆତ୍ମୀୟସ୍ୱଜନ ହନ୍ତସନ୍ତ ହେଉଛନ୍ତି । ଦିଲ୍ଲୀର ପ୍ରାୟ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟମାନେ ଲଗାଇଛନ୍ତି ଲମ୍ବାଧାଡି । ତେଣେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଛନ୍ତି ସ୍ଥିତିରେ ସୁଧାର ଆସିଛି । ସରକାର ସବୁ ବ୍ୟବସ୍ଥା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା