Masthead

ପରଲୋକରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କର ପରଲୋକ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ, ମାତ୍ର ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତାଙ୍କ ବିୟୋଗ ଗଣମାଧ୍ୟମ ଶିଳ୍ପକୁ ଏକ ଶକ୍ତ ଧକ୍କା ଲାଗିଛି। ଅନେକ ପ୍ରସିଦ୍ଧ ସାମ୍ବାଦିକ ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଠାରୁ ବହୁ ବରିଷ୍ଠ ଲୋକମାନେ ଟ୍ୱିଟ୍ କରି ସୂଚନା ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସରଦାନା ୨୦୧୭ରେ ଆଜତକ୍ ଚ୍ୟାନେଲରେ ନ୍ୟୁଜ ଉପସ୍ଥାପକ ଭାବେ ଯୋଗଦେଇଥିଲେ। ସେ ଆଜତକର ଲୋକପ୍ରିୟ ବିତର୍କ ଶୋ ‘ଦଙ୍ଗଲ’କୁ ସଞ୍ଚାଳନ କରୁଥିଲେ। ଏହାପୂର୍ବରୁ ସେ ଜି ନ୍ୟୁଜରେ ମଧ୍ୟ ଉପସ୍ଥାପକ ଭାବେ କାର୍ୟ୍ୟ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ