Masthead

ଅଣ୍ଟାସଳଖି ପାରିନି ଅଧା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ମନେ ପଡ଼େ ସେହି କରାଳ ଦୃଶ୍ୟ । ଭାବିଲେ ଛାତି ଥରିଯାଏ । ଲୋମ ଟାଙ୍କୁରି ଉଠେ । ମେ ୩, ୨୦୧୯ । ସବୁଦିନ ପରି ସେଦିନର ସକାଳ ବି ଥିଲା ସ୍ୱାଭାବିକ । କିନ୍ତୁ କେହି ଭାବିନଥିଲେ ଏତେ ଭୟଙ୍କର ହେବ ସକାଳ । ଝଡ ପୂର୍ବର ନୀରବତା ଏତେ ଭୟଙ୍କର ହୋଇପାରେ, ତାର ପରିକଳ୍ପନା କେହି ବି କରିନଥିଲେ । । ଧୀରେ ଧୀରେ ପବନ ବହିବା ଆରମ୍ଭ ହୋଇଥିଲା । ଆଉ କିଛି କ୍ଷଣ ମଧ୍ୟରେ ପ୍ରକୃତି ସବୁ ଛାରଖାର କରିଦେଇଥିଲା ।

ଭୟଙ୍କର ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲ  ଫନି। ପ୍ରାୟ ୨୦୦ କିଲୋମିଟର ବେଗରେ ମାଡ଼ି ଆସିଥିଲା ସାମୁଦ୍ରିକ ଝଡ । ପ୍ରକୃତିର ଏମିତି ତାଣ୍ଡବ ବୋଧହୁଏ ଆଗରୁ କେବେ ଦେଖିନଥିଲା ଓଡ଼ିଶା । ଆଶା ଆଶଙ୍କା ଭିତରେ ପୁରୀ ଚନ୍ଦ୍ରଭାଗାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫୋନି । ସ୍ଥଳଭାଗ ଛୁଇଁବା ପରେ ବିକଟାଳ ଗର୍ଜନ କରି ମାଡି ଆସିଲା ପବନ । ପାଖାପାଖି ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । କେଇ ଘଂଟା ମଧ୍ୟରେ ବଦଳିଯାଇଥିଲା ଅଧା ଓଡ଼ିଶାର ରୂପ । ପାଖାପାଖି ୩ରୁ ୪ ଘଂଟା ଧରି ତାଣ୍ଡବ ରଚିଥିଲା ପ୍ରକୃତି । ଉଜାଡି ଦେଲା ହଜାର ହଜାର ଲୋକଙ୍କ ଜୀବନ ଜୀବିକା ।

ଫନି ଚାଲିଗଲା ପରେ ସାଙ୍ଗରେ ନେଇଯାଇଥିଲା ବଞ୍ଚିବାର ରାହା । କେତେ ଯେ କ୍ଷୟକ୍ଷତି ହେଲା ତାହା ଆକଳନ କରି ହୋଇନଥିଲା । ଓଡ଼ିଶାର ମେରୁଦଣ୍ଡକୁ ଏମିତି ଭାଙ୍ଗିଦେଇଥିଲାଯେ ଠିଆ ହେବା ପାଇଁ ବହୁତ ଦିନ ଲାଗିଯାଇଥିଲା । ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଉଜୁଡି ଯାଇଥିଲା ଶହ ଶହ ଲୋକଙ୍କ ହସଖୁସିର ସଂସାର । ବାତ୍ୟା ଫନିକୁ ଆଜି ୨ ବର୍ଷ ପୂରିଛି । ହେଲେ ୨ ବର୍ଷ ତଳର ଅପାସୋରା ସ୍ମୃତି ଆଜି ବି ଜୀବନ୍ତ ଓ ସତେଜ ହୋଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ