Masthead

ଭୋଟ ସରିଲା, ଇନ୍ଧନ ଦର ବଢ଼ିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ସରିଲା, ତେଳ ଦର ବଢିଲା। ବିଗତ ୨ ମାସ ହେଲାଣି ଦେଶରେ ନିର୍ବାଚନ ମାହୋଲ ଥିଲା। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଚାଲୁଥିଲା ଆଉ ଏହାରି ମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ହୋଇନଥିବା ନଜର ଆସିଥିଲା। ନିର୍ବାଚନ ଶେଷ ହୋଇ ଫଳାଫଳ ମଧ୍ୟ ବାହାରିସାରିଛି। ଏପଟେ ତେଲ ଦର ପୁଣି ବଢିଛି। ନିର୍ବାଚନ ସରୁ ସରୁ ତୈଳ କମ୍ପାନୀମାନେ ତେଲ ଦର ବଢାଇଛନ୍ତି।

ମଙ୍ଗଳାବାର ପେଟ୍ରୋଲ ୧୫ ପଇସା ଓ ଡ଼ିଜେଲ୍ ୧୮ ପଇସା ବଢିଛି। ତେଣୁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେଲଦର ବଢିଥିବାରୁ ରାଜଧାନୀ ଦିଲ୍ଲୀରେ, ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ୯୦.୫୫ ଟଙ୍କା ପହଞ୍ଚିଥିବା ବେଳେ ଡିଜେଲ୍ ୮୦.୯୧ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ ୮୭ ଟଙ୍କା ଉପରେ ରହିଛି। ସେହପରି ଭାବରେ ଚେନ୍ନାଇରେ ୯୨ ଟଙ୍କା ପେଟ୍ରୋଲ ଦର ରହିଥିବା ବେଳେ ୮୫ ଟଙ୍କା ଉପରେ ରହିଛି ଡିଜେଲର ଦର।

ହେଲେ ନିର୍ବାଚନ ସମୟରେ ପେଟ୍ରୋଲ ଓ ଡିଜେଲର ଦର ୭୭ ଓ ୭୪ ପଇସା ହ୍ରାସ ହୋଇଥିଲା। ଦେଶରେ ତୈଳକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ। ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର କମନ୍ତା । କିନ୍ତୁ ବାରମ୍ବାର ଦାବି ପରେ ବି ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟି ଅଧୀନକୁ ଅଣାଯାଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା