Masthead

ହୋଲ୍ଡ ହେଲା ‘ତୁଫାନ’ର ରିଲିଜ ଡେଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରହିଗଲା ଫାରହାନ ଅଖତାରଙ୍କ ଫିଲ୍ମ । ଆସନ୍ତା ୨୧ ରେ ରିଲିଜ ହେବାକୁ ଥିଲା ହେଲେ ରହିଗଲା ପେଣ୍ଡିଙ୍ଗ । କରୋନାର କ୍ରେଜ ଦିନକୁ ଦିନ ବଢୁଥିବା ବେଳେ ସବୁ କିଛି ହୋଲ୍ଡ ହୋଇଯାଉଥିବା ବେଳେ ଫିଲ୍ମର ରିଲିଜ ଡେଟ ବି ହୋଲ୍ଡ ହେଉଛି । ଖାଲି ଫିଲ୍ମର ରିଲିଜ ଡେଟ ନୁହେଁ ଫିଲ୍ମ ସୁଟିଂରେ ମଧ୍ୟ ଫୁଲଷ୍ଟପ୍ ଲାଗିଯାଇଛି । ଏହି ସବୁ ନିଷ୍ପତ୍ତି ଷ୍ଟାଫ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଏହାରି ଭିତରେ ଆସନ୍ତା ୨୧ ତାରିଖରେ ଫାରହାନଙ୍କ ନୂଆ ଫିଲ୍ମ ‘ତୁଫାନ’ ରିଲିଜ ହୋଇଥାନ୍ତା । ହେଲେ ତାହା କରୋନା ପାଇଁ ସ୍ଥଗିତ ହୋଇଯାଉଛି ।

ଗତ ବର୍ଷ ୨୦୨୦ ସେପ୍ଟେମ୍ବର ମାସରେ ଫରାହାନଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚର୍ଚ୍ଚା ହୋଇଥିଲା । ଗତ ମାର୍ଚ୍ଚ ୧୨ ତାରିଖ ଦିନ ଏହି ଫିଲ୍ମର ଟିଜର ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା । ଟିଜର ଦେଖି ଫିଲ୍ମଟିକୁ ଖୁବ ଭଲ ରେସପନ୍ସ ମିଳିଥିଲା । ଆଉ ଏହାର ଫୁଲ୍ ଫିଲ୍ମ ରିଲିଜକୁ ଫ୍ୟାନ ମାନେ ଅପେକ୍ଷା କରିଥିଲେ । ତେବେ ଏହି ଫିଲ୍ମ ରିଲିଜ ପୂର୍ବରୁ ବହୁ ବାଦ ବିବାଦ ଦେଖାଦେଇଛି । ପ୍ରଥମେ ଫାରହାନ ପ୍ରାଇମ ଭିଡିଓରେ ନିଜ କ୍ୟାରେକ୍ଟରର ନାଁ ବଦଳାଇବାକୁ ଚାହୁଛନ୍ତି । ମୃଣାଳ ଠାକୁରଙ୍କ ଚରିତ୍ର ଓ ବକ୍ସରଙ୍କୁ ନେଇ ଯେମିତି ଆଗକୁୂ କୌଣସି ବିବାଦ ନ ଉପୁଜୁ ସେଥିପାଇଁ ଫାରହାନ ନିଜ ନାଁ ବଦଳାଇବାକୁ ଚାହୁଁଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ପରେ ଟିଜରରେ ଏହାକୁ ଖଣ୍ଡନ କରାଯାଇଥିଲା ।

ସେପଟେ ଏହି ଫିଲ୍ମକୁ ଫାରହାନଙ୍କ ‘ଭାଗ ମିଲକା ଭାଗ’ର ନିର୍ଦ୍ଦେଶକ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ସେହିପରି ଫିଲ୍ମରେ ଫାରହାନଙ୍କ ସହ ମୃଣାଲ ଠାକୁର, ପରେଶ ରାଉଲ, ବିଜୟ ରାଜ, ଦର୍ଶନ କୁମାର ପ୍ରମୁଖ ନଜର ଆସିବେ । ଏଥିରେ ବକ୍ସର ଚରିତ୍ରରେ ଅଛନ୍ତି ଅରଫାନ । ଯାହାକି ଏହି ଫିଲ୍ମ ଏକ ସ୍ପୋର୍ଟସ୍ ଡ୍ରାମା ଉପରେ ଆଧାରିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି