Masthead

ବାସ ଅପେକ୍ଷା ରେ ବାସହରା କୟୁମ

ପକାଘର ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଲେ ଚିଠି।ସରକାରଙ୍କ ଯୋଜନା ଉପରେ ଯୋଜନା। ହେଲେ ଯୋଜନା ଲୋକଙ୍କ ପାଖରେ ପହଁଚି ପାରୁନାହିଁ।ପ୍ରଶାସନ ଓ ରାଜନେତା ଙ୍କ ସଲାସୁତରାରେ ବଳିପଡିଯାଉଛନ୍ତି ସାଧାରଣ ଲୋକେ।ଏଭଲି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଅନ୍ତର୍ଗତ କିଶନ ନଗର ତହସିଲ ଅଂଚଳର ବାଲିଶୁକ୍ରୀ ଗ୍ରାମରେ।ବାଲିଶୁକ୍ରୀ ଗ୍ରାମର କୟୁମ ଖାଁ କୁ ଏବେ ଯାଏ ମିଳିପାରୁନାହିଁ ଖଣ୍ଡିଏ ସରକାରଙ୍କ ଯୋଜନା ରେ ଥିବା ପକା ଘର।

ଏ ହେଉଛନ୍ତି କିଶନ ନଗର ତହସିଲ ଅନ୍ତର୍ଗତ ବାଲିଶୁକ୍ରୀ ଗ୍ରାମର କୟୁମ ଖାଁ। ଏହି ଘରେ ରୁହନ୍ତି କୟୁମ ଙ୍କ ପରିବାର। ଘରକୁ ଦେଖିଲେ ସରକାରଙ୍କ ଯୋଜନା ପାଲଟିଛି କୟୁମ ଙ୍କ ପାଇଁ ସାତସପନ। ଏ ଅଫିସିରୁ ସେ ଅଫିସ ଦୌଡ଼ି ଦୌଡ଼ି ଗୋଡ଼ରୁ ପାଣି ମରିଗଲାଣି। ହେଲେ ସରକାରଙ୍କ ଯୋଜନାରେ ପକା ଘର ଖଣ୍ଡେ ମିଳିପାରୁନାହିଁ। ଶେଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡେ ପକ୍କାଘର ପାଇଁ ପ୍ରଧାନମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଚିଠି ଲେଖି ଜଣାଇଲେ କୟୁମ ଖାଁ। ଆଜିକୁ ୧୪ ମାସ ତଳେ ପ୍ରଳୟକାରୀ ଫନି ବାତ୍ୟାରେ ତାଙ୍କ ଚାଳ ଛପର ଘରସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା. ପରବତ୍ତି ସମୟରେ ପ୍ରଶାସନ ପକ୍ଷରୁ ଫନି ସହାୟତାର ତଦନ୍ତ ପ୍ରକ୍ରିୟାରେ ତାଙ୍କୁ କୌଣସି ସହାୟତା ମିଳିନଥିଲା। ଏ ନେଇ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରି ଥିଲେବି କିଛି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ସେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଏକ ଚିଠି ଲେଖିଥିଲେ। ହେଲେ ଚିଠିର ଅନଲାଇନ୍ ଷ୍ଟାଟସ୍ ଯାଞ୍ଚ୍ କରିଥିଲେ ସେ। ଆଉ ଜାଣିବାକୁ ପାଇଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନ ପାଖକୁ ତଦନ୍ତ ନିର୍ଦ୍ଦେଶ ଆସିଛି.। ହେଲେ ଏପ୍ରର୍ଯ୍ୟନ୍ତ କୌଣସି ଅଧିକାରୀ ତାଙ୍କ ଘରକୁ ଆସିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି କୟୁବ୍ ।
ଅନ୍ୟପଟେ ରହିବା ପାଇଁ ତାଙ୍କର ଘର ନଥିବାରୁ ରହିବା ପାଇଁ ବାରଦୁଆର ହେବାକୁ ପଡେ କୟୁମ ଙ୍କ ପରିବାର ଲୋକଙ୍କୁ। କେବେ କେବେ କୟୁମ ନିଜ ଶଶୁର ଘରେ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଥାନ୍ତି।ଗ୍ରାମବାସୀମାନେ ମଧ୍ୟ କୟୁମ ପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ପକ୍କାଘର ଖଣ୍ଡେ ଯୋଗାଇଦେବାକୁ। କୟୁମ ଙ୍କୁ ପକା ଘର ଯୋଜନାରେ ସାମିଲ କରାଯାଉ ପକା ଘର ଖଣ୍ଡେ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସରପଂଚ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି