ଗଡ଼କରୀଙ୍କୁ କୋଭିଡ ପରିଚାଳନା ଦାୟିତ୍ୱ ଦିଆଯାଉ: ସୁବ୍ରମଣିୟମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିଜ ଦଳ ଓ ସରକାର ବିଷୟରେ ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚା ସୃଷ୍ଟି କରୁଥିବା ସୁବ୍ରମଣିୟମ ସ୍ୱାମୀ ଏବେ ପୁଣି ସେମିତି ମନ୍ତବ୍ୟ ଦେଇଥିବା ନଜରକୁ ଆସିଛି । ଭାରତରେ କରୋନା ମୁକାବିଲା ଭାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଦିଆଯାଉ ବୋଲି ସୁବ୍ରମଣିୟମ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, କରୋନାର ତୃତୀୟ ଲହର ପିଲାଙ୍କୁ ଅଧିକ ସଂକ୍ରମିତ କରିପାରେ । ଏହାର ଠୋସ୍ ମୁକାବିଲା ହେବା ଦରକାର ।

ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଏହାର ପରିଚାଳନା ଦାୟିତ୍ୱ ନୀତିନ ଗଡ଼କରୀଙ୍କୁ ଦିଆଯାଉ । ସେ ଏହା ମଧ୍ୟ ଲେଖିଛନ୍ତି ଯେ, ତାଙ୍କର ସମାଲୋଚନା ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ପିଏମଓ ପ୍ରତି । କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୁହେଁ । ସେହିପରି ଅନ୍ୟ ଏକ ଟ୍ୱିଟରେ ସ୍ୱମୀ ଲେଖିଛନ୍ତି ହର୍ଷବର୍ଦ୍ଧନଙ୍କୁ ଅବାଧ ସ୍ୱାଧୀନତା ଦେବା ଉଚିତ ନୁହେଁ । ସେ ଅତ୍ୟନ୍ତ ଭଲ ହୋଇଥିବାରୁ କର୍ତ୍ତୃତ୍ବ ଜାହିର କରିପାରୁନାହାନ୍ତି । ତେଣୁ ଗଡ଼କରୀଙ୍କୁ ସାମିଲ କରାଗଲେ ହର୍ଷବର୍ଦ୍ଧନ ଆହୁରି ସୁନାମ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ