Masthead

ଗର୍ଭବତୀ ଟିକା ନେବେ ନା ନାହିଁ?

ଭୁବନେଶ୍ବର(ବଡ଼ ଖବର):  କରୋନା ସମୟରେ ଗର୍ଭଧାରଣା କେତେ ସୁରକ୍ଷିତ । କରୋନା ବେଳେ ଗର୍ଭବତୀ ହେଲେ କ’ଣ କରିବେ । ଗର୍ଭବତୀ ସ୍ତ୍ରୀମାନେ କେଉଁକେଉଁ ସତର୍କତା ଅବଲମ୍ବନ କରିବେ । ସେ ନେଇ ପରାମର୍ଶ ଦେଇଛନ୍ତି ଏସସିବିର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର ଜ୍ୟୋତି କର । ସେ କହିଛନ୍ତି କୋଭିଡ ସମୟରେ ଗର୍ଭଧାରଣ କଲେ ମା ଓ ଶିଶୁର ଯତ୍ନ ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କରୋନାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ ସେ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଡାକ୍ତରଙ୍କ ପରାମର୍ଶ ହେଳା କରନ୍ତୁ ନାହିଁ । ଅନ୍ୟପଟେ କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଛୁଆ ସଂକ୍ରମିତ ହେଉଛନ୍ତି । ଏହା ପଛରେ ଭୂତାଣୁର ନୂଆ ରୂପ ରହିଛି । ଭାଇରସ ମ୍ୟୁଟାଣ୍ଟ ଯୋଗୁଁ ଅଧିକ ଶିଶୁ ସଂକ୍ରମିତ ହେଉଥିବା କହିଛନ୍ତି ଶିଶୁରୋଗ ବିଶେଷଜ୍ଞ  । ଶିଶୁଙ୍କୁ ତରଳ ଝାଡା, ପେଟ ବଥା ହେବା, ବାନ୍ତି ହେବା, ଜିଭ ଲାଲ ପଡ଼ିବା, ଆଖି ଲାଲ ପଡ଼ିବା, କୁଣ୍ଡେଇ ହେବା ପରି ଲକ୍ଷଣ ଦେଖା ଦେଉଛି । ଗର୍ଭବତୀମାନେ ଟିକା ନ ନେବାକୁ ଏବେ ନିଷ୍ପତ୍ତି ହୋଇଛି । ଏହା ସହ ସ୍ତନ୍ୟପାନ କରାଉଥିବା ମା ମାନେ ମଧ୍ୟ ଟିକା ନେବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି