Masthead

ପ୍ରାଇଭେସି ପଲିସି ନିଷ୍ପତ୍ତିରେ ହ୍ୱାଟ୍ସଆପର ୟୁ-ଟର୍ଣ୍ଣ, ଆସିଲା ଏହି ଖବର

ୱାସିଂଟନ(ବଡ଼ ଖବର ବ୍ୟୁରୋ):ବହୁ ବିବାଦୀୟ ହ୍ୱାଟସଆପ ପ୍ରାଇଭେସି ପଲିସିକୁ ନେଇ ସ୍ପଷ୍ଟ କଲା ହ୍ୱାଟସଆପ କମ୍ପାନୀ । ନୂଆ ନିୟମ ନ ମାନିଲେ ବି ଡିଲିଟ ହେବନି ୟୁଜରଙ୍କ ଆକାଉଣ୍ଟ । ଆଗରୁ ହ୍ୱାଟସଆପର ପ୍ରାଇଭେସି ପଲିସିକୁ ନେଇ ଅନେକ ବାଦ ବିବାଦ ଦେଖା ଦେଇଥିଲା । ହ୍ୱାଟସଆପ ଏହାର ୟୁଜର ମାନଙ୍କ ତଥ୍ୟ ଫେସବୁକ ସହ ଶେୟାର କରିବା ନେଇ ବହୁ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ତେବେ ଏହାର ନୂଆ ନିୟମ ଚଳିତ ମାସ ୧୫ ତାରିଖ ସୁଦ୍ଧା ନମାନିଲେ ୟୁଜରଙ୍କ ଆକାଉଣ୍ଟ ଡିଲିଟ କରାଯିବାକୁ କମ୍ପାନୀ ତରଫରୁ କୁହାଯାଇଥିଲା । ଯାହାକୁ ନେଇ ବହୁ ସମାଲୋଚନା କରାଯାଇଥିଲା । କିନ୍ତୁ ହ୍ୱାଟସଆପ ମୁଖପାତ୍ର ଏନେଇ ନିୟମ ପରିବର୍ତ୍ତନ ହୋଇଥିବା କହିଛନ୍ତି । ସେ କହିଛନ୍ତି ଯଦି କୌଣସି ବ୍ୟକ୍ତି ପଲିସି ଅପଡେଟ ଗ୍ରହଣ ନକରନ୍ତି ତେବେ ତାଙ୍କ ଆକାଉଣ୍ଟ ଡିଲିଟ କରାଯିବନାହିଁ । ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଲୋକଙ୍କୁ ନୂଆ ନିୟମ ଗ୍ରହଣ କରିବାକୁ ରିମାଇଣ୍ଡର ଦିଆଯିବ ।

ତେବେ କମ୍ପାନୀର ନୂଆ ନିୟମକୁ ଅନେକ ୟୁଜର ଗ୍ରହଣ କରୁଥିବା କମ୍ପାନୀ ତରଫରୁ କୁହାଯାଇଛି । କିନ୍ତୁ କେତେ ପ୍ରତିଶତ ୟୁଜର ଏହାକୁ ଗ୍ରହଣ କରିଛନ୍ତି ସେନେଇ କୌଣସି ସ୍ପଷ୍ଟତା ପ୍ରକାଶ କରିନି କମ୍ପାନୀ । ଚଳିତବର୍ଷ ଜାନୁଆରୀରେ ହ୍ୱାଟସଆପ କମ୍ପାନୀ ଏହାର ନୂଆ ନିୟମ ବିଷୟରେ ଅବଗତ କରାଇଥିଲା । ପ୍ରଥମେ ଏହାକୁ ଗ୍ରହଣ କରିବାକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏହା ଅତ୍ୟନ୍ତ ବିବାଦ ମଧ୍ୟକୁ ଯିବା ପରେ ସମୟ ସୀମାକୁ କମ୍ପାନୀ ପକ୍ଷରୁ ମେ’ ୧୫କୁ ବୃଦ୍ଧି କରାଯାଇଥିଲା । ଆଉ ଏହା ମଧ୍ୟରେ ୟୁଜରଙ୍କ ମନର ପ୍ରଶ୍ନରେ ସ୍ପଷ୍ଟୀକରଣ ଦେବାକୁ କମ୍ପାନୀ ତରଫରୁ ପ୍ରୟାସ କରାଯାଉଥିଲା ।

ଏହି ନୂଆ ନିୟମ ଗ୍ରହଣ କଲେ ୟୁଜରଙ୍କ ବ୍ୟକ୍ତିଗତ ମେସେଜ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ହ୍ୱାଟସଆପ ଭରସା ଦେଇଥିଲା । କିନ୍ତୁ ଏହାକୁ ତଥାପି ଅନେକ ୟୁଜର ଭରସା କରି ନଥିଲେ । ତେବେ ହ୍ୱାଟସଆପ କମ୍ପାନୀ ପାଇଁ ଭାରତ ଏକ ବୃହତ ବଜାର । ଦେଶରେ ପ୍ରାୟ ୫୩ କୋଟି ହ୍ୱାଟସଆପ ୟୁଜର ରହିଛନ୍ତି । ଜନସଂଖ୍ୟା ଦୃଷ୍ଟିକୋଣରୁ ଇଣ୍ଟରନେଟ କମ୍ପାନୀ ଗୁଡ଼ିକ ଲାଗି ଭାରତ ଏକ ପ୍ରମୁଖ ବଜାର । ସେହିପରି ଡାଟା ବ୍ୟବହାରରେ ସର୍ବବୃହତ୍ତ ଏବଂ ଟେଲିକମ କ୍ଷେତ୍ରରେ ଦ୍ୱିତୀୟ ସର୍ବବୃହତ୍ତ ଦେଶ ହେଉଛି ଭାରତ । ହ୍ୱାଟସଆପ ପ୍ରାଇଭେସିକୁ ନେଇ ବିବାଦ ଉପୁଜିବା ପରେ ଟେଲିଗ୍ରାମ ଏବଂ ସିଗନାଲ କମ୍ପାନୀର ୟୁଜର ବୃଦ୍ଧି ପାଇବାରେ ଲାଗିଥିଲେ । ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ କମ୍ପାନୀ ଯଥାସମ୍ଭବ ଚେଷ୍ଟା କରିଥିଲା । ଆଉ ଏବେ ପ୍ରାଇଭେସି ପଲିସି ଗ୍ରହଣ ନକଲେ ଆକାଉଣ୍ଟ ଡିଲିଟ କରାଯିବନି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ଯାହାଦ୍ୱାରା ଅନେକ ୟୁଜର ଆଶ୍ୱସ୍ତି ଲାଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା