Masthead

ମୃତ୍ୟୁ ପୂର୍ବର ଶେଷ ପୋଷ୍ଟ, ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚିଯାଇଥାନ୍ତି’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୁହନ୍ତି ମୃତ୍ୟୁ କାହାକୁ କହିକି ଆସେନି । ସେ କିନ୍ତୁ ଆଗୁଆ ଜାଣିପାରିଥିଲେ ତାଙ୍କ ମୃତ୍ୟୁ ଖବର । ମୋତେ ଯଦି ଭଲ ଚିକିତ୍ସା ମିଳନ୍ତା, ମୁଁ ବଞ୍ଚି ଯାଇଥାନ୍ତି । ମୃତ୍ୟୁ ପୁର୍ବରୁ ଫେସବୁକରେ ଏମିତି ଲେଖି ଅଭିନେତା, ୟୁଟ୍ୟୁବର ରାହୁଲ ଭୋରା । ୩୫ବର୍ଷୀୟ ଭୋରା କିଛିଦନ ତଳେ କରୋନା ସଂକ୍ରମିତ ହୋଇ ଦିଲ୍ଲୀର ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଶନିବାର ତାଙ୍କୁ ଦ୍ୱାରିକାର ଆୟୁଷ୍ମାନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ଗତକାଲି ରାହୁଲ ନିଜ ଫେସବୁକ ପେଜରେ ଲେଖିଥିବା ତାଙ୍କ ଶେଷକଥା ସମସ୍ତଙ୍କୁ ମର୍ମାହତ କରିଛି । ଏହି ପୋଷ୍ଟରେ ସେ ଲେଖିଥିଲେ ‘ମୋତେ ଯଦି ଭଲ ଚିକିତ୍ସା ମିଳିଥାନ୍ତା ମୁଁ ବଞ୍ଚି ଯାଇଥାନ୍ତି, ତୁମର ରାହୁଲ, ଏବେ ମୁଁ ସାହସ ହାରି ସାରିଛି, ଜଲ୍ଦି ଜନ୍ମ ନେବି ଆଉ ଭଲ କାମ କରବି’ ।

https://m.facebook.com/story.php?story_fbid=318103159678798&id=100044373490308

ଏହି ପୋଷ୍ଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆଙ୍କୁ ଟ୍ୟାଗ କରିଛନ୍ତି । ଏଥିରେ ତାଙ୍କ ବୟସ, ହସ୍ପିଟାଲ ନାଁ ଓ ବେଡ ନମ୍ବର ବି ଦେଇଥିଲେ । ୟୁଟ୍ୟୁବ ସହ ଅଭିନୟ ଦୁନିଆରେ ରାହୁଲଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଖୁବ କମଦିନ ଭିତରେ ସେ ଦର୍ଶକଙ୍କ ହୃଦୟରେ ରାଜ କରିପାରିଥିଲେ । ମୃତ୍ୟୁକୁ ଖୁବ ପାଖରୁ ଦେଖିସାରିଥିଲେ ରାହୁଲ । ତାଙ୍କ ବିୟୋଗ ଓ ଶେଷ ପୋଷ୍ଟ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା