Masthead

ଆଜି ଟିକାର ସୁପ୍ରିମ ଶୁଣାଣି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଛନ୍ତି ସତ୍ୟପାଠ । ଯେଉଁଥିରେ ଟିକାକରଣ ନୀତିକୁ ବଜାୟ ରଖିବାକୁ କୁହାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଟିକା ମୂଲ୍ୟରେ ଅସମାନତା, ଟିକାର ଅଭାବ, ବିଳମ୍ବ ଆଦି କାରଣ ଯୋଗୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ସୁପ୍ରିମକୋର୍ଟ । ଯାହାକୁ ନେଇ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, ଟିକାକରଣ ନୀତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ ନକରନ୍ତୁ । ବିଚାର ବ୍ୟବସ୍ଥାରେ ହସ୍ତକ୍ଷେପ କଲେ ପରିଣାମ ଅଦ୍ଭୂତପୂର୍ବ ଏବଂ ଅଭାବନୀୟ ହେବ । ଏହାଛଡ଼ା କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ଟିକା ତିଆରି କରୁଥିବା ଦୁଇଟି କମ୍ପାନୀ ସହ ଆଲୋଚନା କରି ସମ୍ପୂର୍ଣ୍ଣ ଦେଶରେ ଟିକାର ମୂଲ୍ୟ ସ୍ୱଳ୍ପ ରହିବା ସହ ଏକ ପ୍ରକାର ସମାନ ରହିଛି । ।

ସେହିପରି କେତେକ ରାଜ୍ୟ ୧୮ରୁ ୪୫ ବର୍ଷ ବୟସବର୍ଗର ବ୍ୟକ୍ତିଙ୍କୁ ମାଗଣା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି । ତେବେ ଶ୍ମଶାନରେ କାର୍ଯ୍ୟ କରୁଥିବା କର୍ମୀ ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତ କର୍ମୀଙ୍କୁ ପ୍ରତ୍ୟକ୍ଷ ସେବାକାରୀ ତାଲିକା ଭୁକ୍ତ କରାଯାଇ ଟିକା ନେବାକୁ ଯେଗ୍ୟ ବିବେଚନା କରାଯାଇଛି । ତେବେ ସମ୍ବିଧାନର ଧାରା ୧୪ ଓ ୨୧ ଅନୁସାରେ ଟିକାର ମୂଲ୍ୟ କଥା ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର