Masthead

X କ୍ୟାଟାଗୋରୀ ସୁରକ୍ଷାରେ ବିଜେପିର ୬୧ ବିଧାୟକ

କୋଲକାତା(ବଡ଼ ଖବର ବ୍ୟୁରୋ): ସରିଲା ନିର୍ବାଚନ, ବଢିଲା ହିଂସା । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ରାଜ୍ୟରେ ଦେଖାଦେଇଥିଲା ବ୍ୟାପକ ହିଂସା । ଜଳାପୋଡା, ଭଙ୍ଗାରୁଜା ସହ ହୋଇଥିଲା ରକ୍ତପାତ । ଯାହାର ଭିଡ଼ିଓ ସୋମସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ହିଂସା ମଧ୍ୟରେ ଅନେକ ବିଜେପି ନେତାଙ୍କୁ ମଧ୍ୟ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ପଶ୍ଚିମବଙ୍ଗରେ ୬୧ ବିଜେପି ବିଧାୟକଙ୍କୁ ସିଆଇଏସଏଫ ସୁରକ୍ଷା ଉପରେ ବିସ୍ତୃତ ସମୀକ୍ଷା ପରେ ନିଆଯାଇଛି ବଡ ନିଷ୍ପତ୍ତି । ଏହି ନେତାଙ୍କୁ ମିଳିଛି ଟ୍ଟ କ୍ୟାଟାଗୋରୀ ସୁରକ୍ଷା।

ଏହା ପୂର୍ବରୁ ୭୦ ଜଣଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା, ଯାହା ମେ’ ୧୫ ପର୍ୟ୍ୟନ୍ତ ବୈଧ ରହିଛି । ବିଜେପିର ଏହି ୭୦ ନେତାଙ୍କ ସୁରକ୍ଷାରେ ମଧ୍ୟ ସିଆଇଏସଏଫଙ୍କୁ ମୁତୟନ କରାଯାଇଛି । ପଶ୍ଚିମବଙ୍ଗରୁ କ୍ରମାଗତ ଭାବେ ହିଂସା ଘଟଣା ସାମ୍ନାକୁ ଆସୁଛି । ନିର୍ବାଚନ ସମୟରେ ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ ହୋଇଥିଲା ସଂଘର୍ଷ । ଯେଉଁଥିପାଇଁ ଆକ୍ରମଣ ବିରୋଧରେ ପ୍ରଦର୍ଶନ କରିଥିଲା ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ