Masthead

ଦିଲ୍ଲୀରେ କମୁଛି ସଂକ୍ରମଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦିଲ୍ଲୀରେ କମୁଛି ସଂକ୍ରମଣ । ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ଲକଡାଉନ ସଫଳ ହୋଇଛି । ଦିଲ୍ଲୀରେ ସଂକ୍ରମଣ ମାମଲା ବୃଦ୍ଧି ହେବା ସହ ଅମ୍ଳଜାନ ଅଭାବ ଦେଖା ଦେଇଥିଲା, ଯାହାକୁ ଦୃଷ୍ଟିିରେ ରଖି ଦିଲ୍ଲୀ ସରକାର ଲକଡାଉନ ଘୋଷଣା କରିଥିଲେ । ଯେଉଁ କାରଣରୁ ଦିଲ୍ଲୀରେ ଏବେ ସଂକ୍ରମଣର ମାତ୍ରା କମୁଛି ।  କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ଆମେ ଅମ୍ଳଜାନ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛୁ । ଏହାଛଡ଼ା ନୂତନ ୫୦୦ ଆଇସିୟୁ ବେଡ଼ ମଧ୍ୟ ଆରମ୍ଭ କରାଯାଇଛି । ବର୍ତ୍ତମାନ ଆଉ ଦିଲ୍ଲୀରେ ଆଇସିୟୁ ବେଡ଼ ଓ ଅମ୍ଳଜାନର ଅଭାବ ନାହିଁ ।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ମାତ୍ର ୨ଟି କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି । ୬ରୁ ୭କୋଟି ଟିକା ମାସକୁ ଉତ୍ପାଦନ ହେଉଛି । ଏଭଳି ଚାଲିଲେ ଟିକାକରଣ ପାଇଁ ଦୁଇ ବର୍ଷରୁ ଅଧିକ ସମୟ ଲାଗିବ । ଆଉ ସେତେବେଳକୁ କରୋନାର ଅନେକ ଲହର ଆସିସାରିଥିବ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଉତ୍ପାଦନ କରିବା ନିହାତି ଦରକାର ଏଥିପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବା ବି ଆବଶ୍ୟକ । ସେହିପରି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଦିଲ୍ଲୀରେ ପଜିଟିଭ ହାର ୩୬%ରୁ ୧୯.୧%କୁ ହ୍ରାସ ପାଇଛି । ଦୈନିକ ସଂକ୍ରମଣ ୨୮ ହଜାରରୁ ୧୨ ହଜାରକୁ ହ୍ରାସ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ